ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ପି ଚିଦାମ୍ବରମ

0 258

ନୂଆଦିଲ୍ଲୀ :କୋଭିଡ୍‌-୧୯ ଭାଇରସ୍‌  ମୁକାବିଲା ନେଇ ସରକାରଙ୍କ ସମସ୍ତ ପ୍ରୟାସକୁ ସମର୍ଥନ ଦେବବୋଲି ପୂର୍ବରୁ କଂଗ୍ରେସ କହି ସାରିଛି । ଏମିତିରେ ସୋମବାର କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କଦ୍ୱାରା କରୋନା ମହାମାରୀକୁ ନେଇ ଗତ ଦିନରେ ବିରୋଧୀ ଦଳ ନେତାଙ୍କ ସହ କରିଥିବା ଆଲୋଚନାକୁ ସକରାତ୍ମକପଦକ୍ଷେପ କହିଛନ୍ତି । ସେ କହିଛନ୍ତି ଯେ, ବିରୋଧୀ ପାର୍ଟି ସହ ଆଲୋଚନାରେ ଅନେକ ପ୍ରସ୍ତାବ ମିଳିଥିବ,ଯାହା ସରକାରଙ୍କ ଉଦ୍ୟମକୁ ଆହୁରି ପ୍ରଭାବଶାଳୀ କରିବ । କଂଗ୍ରେସ ନେତା କରୋନା ସମସ୍ୟାକୁ ନେଇ ବିରୋଧୀ ପାର୍ଟି ଓ ପ୍ରଧାନମନ୍ତ୍ରୀଙ୍କଆଲୋଚନାକୁ ସକରାତ୍ମକ ଦିଗ ଦର୍ଶାଇ ଟୁଇଟ୍ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି କରୋନାକୁ ଦୃଷ୍ଟିରେ ରଖି ଭାରତସହିତ ପୂରା ଦୁନିଆ ଆଜିଠୁ ଦୁଇ ସପ୍ତାହର ମହତ୍ୱପୂର୍ଣ୍ଣ ସମୟରେ ପ୍ରବେଶ କରିଛି । ଏହି ଦୁଇ ସପ୍ତାହ ସମଗ୍ରଦୁନିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଭଲ ଯେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନାକରିଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପ୍ର ତ୍ୟେକ ବ୍ୟକ୍ତି କରୋନା ଲଢେଇରେ ସରକାରଙ୍କ ପ୍ରୟାସକୁସମର୍ଥନ କରୁଛନ୍ତି । ଚିଦାମ୍ବରମ ଏହା ମଧ୍ୟ କହିଛନ୍ତି ଯଦି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳସରକାରଙ୍କ ଉପାୟରେ କିଛି ତ୍ରୁଟି ବା ଅଭାବ ଥିବା ଦିଗକୁ ଇସାରା କରିଛନ୍ତି ତେବେ ଏହା ପଛରେ ରଚନାତ୍ମକଆଲୋଚନା ଓ ସହଯୋଗର ଭାବନା ହିଁ ଥିଲା । କଂଗ୍ରେସ ତ ଏପ୍ରିଲ ୨ରେ କଂଗ୍ରେସର କାର୍ଯ୍ୟକାରୀ ସମିତିରେକରୋନା ପ୍ରତିରୋଧ ଲାଗି ମୁଖ୍ୟ ବିନ୍ଦୁ ଉପରେ ହିଁ ଆଲୋଚନା କରିଛି । ସେ କହିଛନ୍ତି ଯେ, ସଂପ୍ରତି ଆକ୍ରାମକଭାବେ ବ୍ୟାପକ ଯାଂଚ କରାଯିବାର ଆବଶ୍ୟକତା ରହିଛି । ଅନେକ ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଏହା କହି ସାରିଛନ୍ତି ।

hiranchal ad1
Leave A Reply

Your email address will not be published.

three + 7 =