ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚିଲା

0 608

ଭୁବନେଶ୍ୱର: ଗତ ୨୨ ତାରିଖରେ ନିର୍ବାଚନ ଫ୍ଲାଇଂ ସ୍କ୍ଵାଡର ମାଜିଷ୍ଟ୍ରେଟଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ପରେ ଜେଲ୍‌ ଯାଇଥିବା ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କର ଜାମିନ୍‌ ଆବେଦନର ଶୁଣାଣି ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମାମଲାର ତଦନ୍ତ ଲାଗି ତଦନ୍ତକାରୀ ଅଧିକାରୀ ଅଧିକ ସମୟ ମାଗିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଅଦାଲତ ପୁଲିସ୍‌କୁ ଶନିବାର ସୁଦ୍ଧା କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଦାଲତ ଭୁବନେଶ୍ୱର ଝାଡ଼ପଡ଼ା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ମହାରଥୀଙ୍କର ସ୍ୱାସ୍ଥାବସ୍ଥା ନେଇ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

hiring

ଊଲ୍ଲେଖଯୋଗ୍ୟ କି, ୨୨ ତାରିଖରେ ପିପିଲିରୁ ଗିରଫ ହେଲା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା । ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣିକୁ ୨୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚା ଦିଆଯାଇଥିଲା । ଏହାପରେ ପ୍ରଦୀପ ମହାରଥୀ ଭୁବନେଶ୍ୱର ଝାରପଡ଼ା ଜେଲ୍‌କୁ ଚାଲି ଯାଇଥିଲେ । ପରେ ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଆଜି ପୁଣି ତାଙ୍କୁ ଭୁବନେଶ୍ୱର ଅଦାଲତରେ ହାଜର କରାଯାଇଥିଲା ଏବଂ ମହାରଥୀଙ୍କ ଓକିଲ ଜାମିନ୍‌ ଆବେଦନ କରିଥିଲେ । ଅଦାଲତ ଏହାର ଶୁଣାଣିକୁ ୨୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

ten − six =