ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

0 60

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ସୋମବାର ୧୩ଟି ଜିଲ୍ଲା ପାଇଁ ନାଉକାଷ୍ଟ ବର୍ଷା ସତର୍କତା ଜାରି କରିଛି। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

hiring

ସକାଳ ୧୦ଟା ୧୦ ମିନିଟ୍ ରେ ଜାରି ହୋଇଥିବା ସତର୍କତା ଅନୁସାରେ ନୂଆପଡ଼ା, ବରଗଡ଼, ସୋନପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଅନୁଗୋଳ, କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ।

IMD ପକ୍ଷରୁ ଲୋକଙ୍କୁ ପାଣିପାଗର ବଦଳୁଥିବା ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ବଜ୍ରପାତ ଓ ପ୍ରବଳ ବର୍ଷା ସମୟରେ ଅନାବଶ୍ୟକ ବାହାରକୁ ନଯିବାକୁ କୁହାଯାଇଛି।

hiranchal ad1
Leave A Reply

Your email address will not be published.

one × 1 =