ବାଲି ଚୋରା ଚାଲାଣ, ରାଜସ୍ୱ ବିଭାଗ ନିରବଦ୍ରଷ୍ଟା

0 796

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ କନଗାଁ ନିକଟସ୍ଥ ଓ ଲୁହାସିଂହା ପଞ୍ଚାୟତ କୁସୁମ କାନୀ ଗ୍ରାମ ପାଖରେ ଥିବା ସୁକତେଲ ନଦୀ ପୋଡ଼ ମୁଣ୍ଡ ଧୁବାଚୋଟ ଘାଟରୁ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ସୂଚନାୋଯାଗ୍ୟ, ବର୍ତ୍ତମାନ ସାରା ରାଜ୍ୟରେ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ଲକ୍‌ଡାଉନ୍ ନିୟମାନୁସାରେ କେହି ପଦାକୁ ବାହାରିବାକୁ ବାରଣ କରାଯାଇଛି । ହେଲେ ବାଲି ମାଫିଆ ଖୋଲାଖୋଲି ଭାବରେ ବିନା ଅନୁମତିରେ ଶହ ଶହ ଟ୍ରିପ୍ ବାଲି ଚୋରା ଚାଲାଣ କରୁଥିବା ବେଳେ ସରକାରଙ୍କ ରାଜସ୍ୱ ହାନି ଘଟୁଛି । ସୂଚନା ଅନୁସାରେ ଜନୈକ ବାଲି ମାଫିଆ ବ୍ୟବହାର କରୁଥିବା ଟ୍ରାକ୍ଟର ନମ୍ବର ବିହୀନ ଓ ବିନା ଲାଇସେନ୍ସରେ ଚଲାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

hiranchal ad1
Leave A Reply

Your email address will not be published.

twelve − 7 =