ବୁରଘାଟ ଶୈବପୀଠରେ କାଦପଡା ବୋଲବମ୍ କମିଟି ଦ୍ୱାରା ଜଳାଭିଷେକ

0 693

ଆଠମଲ୍ଲିକ : ଗତକାଲି ଥିଲା ପୂଣ୍ୟମାସ ଶ୍ରାବଣର ଶେଷ ସୋମବାର । ଏଇଥି ପାଇଁ ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ବୁରୁଘାଟ ଶୈବପୀଠ ଚଳଚଞ୍ଚଳ ହୋଇଉଠିଥିଲା । ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ କିଆକଟା ପଞ୍ଚାୟତ ଅନ୍ତର୍ଗତ କାଦପଡା ଗ୍ରାମର ବୋଲବମ୍ କମିଟି ଦ୍ୱାରା ବୁରଘାଟ ଶୈବପୀଠରେ ଜଳାଭିଷେକ କରାଯାଇଥିଲା । ସୋମବାର ଦିନ ସକାଳୁ ବୋଲବମ୍ ଭକ୍ତମାନେ ମହାନଦୀରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରି ପବିତ୍ର ଅଗୁର, ଚନ୍ଦନ, କର୍ପୂର ମିଶ୍ରିତ ଜଳକୁ ନେଇ ଶୈବପୀଠରେ ପହଞ୍ଚି ମହାପ୍ରଭୁଙ୍କ ନିକଟରେ ଜଳଲ ।ଗି କରିଥିଲେ ।

hiring

ପରେ ଶୈବପୀଠର ପ୍ରାଙ୍ଗଣରେ ହୋମଯଜ୍ଞ ସହ ମହାପ୍ରଭୁ ଶିବଙ୍କର ଜଳାଭିଷେକ କରାଯାଇଥିଲା । ଏଥିରେ କର୍ତ୍ତା ଭାବେ ବୋଲବମ୍ କମିଟିର ସଂପାଦକ ରାଜେଶ ସାହୁ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ହରିହର ପାଢୀ କାର୍ଯ୍ୟ ସଂପାଦନ କରିଥିଲେ । ସେହିପରି ଶୈବପୀଠର ପୂଜକ ଶ୍ରୀପତି ଦେହୁରୀ, ବିପ୍ରଚରଣ ଦେହୁରୀ ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ବୋଲବମ୍ କମିଟି ଦ୍ୱାରା ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟରେ ବୋଲବମ୍ କମିଟିର ସଦସ୍ୟ ସଂଜୀବ କୁମାର ଦେହୁରୀ, ଭଗୀରଥ ପ୍ରଧାନ, ସଂଗ୍ରାମ କେଶରୀ ଦେହୁରୀ, ଜିତେନ୍ଦ୍ର ପ୍ରଧାନ, ଶିବାଶକ୍ତି ମହାନ୍ତି, ବବୁନ ଅମାତ, ପ୍ରବିଣ ସେଠୀ, ମନୋଜ ଅମାତ, ବିନୋଦ ବାଘ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × one =