ବୌଦ୍ଧରେ ଅସହାୟଙ୍କୁ ସହାୟତା କଲା ଗଙ୍ଗାଧର ମେହେର ସଂସ୍ଥା

0 695

ବୈାଦ୍ଧ:-ସାରାଦେଶରେ କରୋନାକୁ ରୋକିବା ପାଇଁ ଲକଡାଉନ ଚାଲିଥିବାବେଳେ ବୌଦ୍ଧରେ ମଧ୍ୟରେ ଏହି ନିୟମକୁ କଡାକଡି କରାଯାଇଛି । ଲୋକମାନଙ୍କୁ ଘରେ ରହିବାପାଇଁ ପରାମର୍ଶ ଦିଆଯାଉଛି । କେହି ଯଦି ନିୟମ ଉଲ୍ଲଙ୍ଘନ କରୁଛି ତେବେ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଉଛି । ଏହି ସମୟରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାରୁ ଭିକାରୀ ଓ ମାନସିକ ବିକୃତ ବ୍ୟକ୍ତି , ଅସହାୟ ବ୍ୟକ୍ତି ଖାଇବାକୁ ପାଉନଥିବାରୁ ସେମାନଙ୍କୁ ବୈାଦ୍ଧସହରସ୍ଥିତ ବୁଟୁପାଲି ଠାରେ ଥିବା ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ସହରର ଗଳିକନ୍ଦିରେ ବୁଲୁଥିବା ମାନସିକ ବିକୃତ, ଅସହାୟ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ସଂସ୍ଥା ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା । ସଂଗଠନର ଉପସଭାନେର୍ରୀ ସନ୍ତୋଷିନୀ ମେହେର ନିଜ ଘରେ ରୋଷେଇ କରି ସଂଗଠନର ସଦସ୍ୟମାନଙ୍କ ଦ୍ୱାରା ବଣ୍ଟନ କରାଇଥିଲେ ।

hiranchal ad1
Leave A Reply

Your email address will not be published.

thirteen − seven =