ମାଡି ଆସୁଛି ବାତ୍ୟା ଫନି, ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ମାଡ ହେବ, ଓଡ଼ିଶା ଉପରେ ପ୍ରଭାବ ନାହିଁ

0 662

ନୂଆଦିଲ୍ଲୀ : ଦେଶରେ ଏବେ ନିର୍ବାଚନୀ ସମର ଚାଲିଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା । ଏହାର ନାଁ ରଖାଯାଇଛି ଫନି । ଏହି ବାତ୍ୟା ଏବେ ଶ୍ରୀଲଙ୍କା ଉପକୂଳ ଆଡକୁ ଅଗ୍ରସର ହେଉଛି । ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଏକ ଡିପ୍ରେସନରେ ପରିଣତ ହୋଇ ଭାରତର ପୂର୍ବ ଉପକୂଳ ରେ ପହଞ୍ଚିବ ।

hiring

ଏହା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁବ । ଏହା ଦ୍ୱାରା ଆସନ୍ତା ୩୦ ଏପ୍ରିଲ ଓ ୧ ମଇରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ରାଜ୍ୟଗୁଡ଼ିକରେ ରେଡ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ଏହି ବାତ୍ୟାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ପଡିବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ ଓଡ଼ିଶାରେ କେତେକ ଅଂଚଳରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

seven + 15 =