ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ

0 638

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୩୯.୧, ଟିଟିଲାଗଡ ୩୯, ଚାନ୍ଦବାଲି ୩୭.୨, କଟକ ୩୮.୨, ଭୁବନେଶ୍ୱର ୩୭.୭, ବାରିପଦା ୩୯, ସମ୍ବଲପୁର ୩୭.୧, ତାଳଚେର ୩୮, ଭବାନୀପାଟଣା ୩୭.୫, ସୋନପୁର ୩୮.୪, ନୟାଗଡ ୩୭ ଏବଂ ବୌଦ୍ଧ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତାତି ସାଙ୍ଗକୁ ଝାଞ୍ଜି ପବନ ପରିବେଶକୁ ଉତ୍ତପ୍ତ କରିଛି। ତେବେ ରବିବାରଠାରୁ ମାର୍ଚ୍ଚ ୩୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ବିହାର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଅପାଡା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୋଳ, ମୟୂରଭଞ୍ଜ ଏବଂ କୋରାପୁଟ ଜିଲାର କେତେକ ସ୍ଥାନରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

hiranchal ad1
Leave A Reply

Your email address will not be published.

one × 3 =