ବାଲିଗୁଡା : ସାରା ରାଜ୍ୟରେ ଲାଗିରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳ । ଲଗାଣ ବର୍ଷାରେ ବାଲିଗୁଡା ବ୍ଲକ୍ ବାଟାଗୁଡା ୫୯ନଂ ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଉପରେ ଚାଲିଛି ପାଣି । ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହଶହ ଗାଡ଼ି ।
![hiring](https://hiranchallive.in/wp-content/uploads/2021/10/WhatsApp-Image-2021-10-19-at-9.23.48-PM.jpeg)
![](https://uddratimes.com/wp-content/uploads/2019/08/b-1.jpg)
ସେପଟେ ଲଗାଣ ବର୍ଷାରେ ପୁଣି ଧୋଇଗଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସିମାନ୍ତ ୫୯ନଂ ଜାତୀୟ ରାଜପଥ ର ମଣ୍ଡଳପଦର ନିକଟ ଅସ୍ଥାୟୀ ଡାଇଭର୍ସନ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହଶହ ଗାଡ଼ି । କଳାହାଣ୍ଡି- କନ୍ଧମାଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡିଥିବାବେଳେ ଯାତ୍ରୀ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)