ଗଞ୍ଜେଇ ସହ ଚାଲାଣକାରୀଙ୍କୁ କାବୁ କଲା ପୁଲିସ

0 637

ଗଞେଇ ଚୋରା ଚାଲାଣବବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା- ରେବିଙ୍ଗିଆ ରାସ୍ତା ଗ୍ୟାସ୍ ଡିପୋ ନିକଟରେ ବାଲିଗୁଡା ପୋଲିସ୍ ର ଚଢ଼ାଉ । ପୂର୍ବ ସୂଚନା ଅନୁଯାୟୀ ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ସହଯୋଗୀଙ୍କସହ ଅଚାନକ ଚଢ଼ାଉ କରିଛନ୍ତି । ଗୋଟିଏ ଟିଭିଏସ୍ ସ୍ଟାର୍ ସିଟି ମୋଟରସାଇକେଲ୍ ରେ ୧୪କେଜି ୮୦୦ଗ୍ରାମ୍ ଗଞେଇ ଲଦି ଚୋରାଚାଲାଣ କରୁଥିବାବେଳେ ଅଚାନକ ଚଢ଼ାଉ କରି ଗଞେଇସହ ଚାଲାଣକାରୀଙ୍କୁ କାବୁକରିଛି ପୋଲିସ୍ । ଚାଲାଣରେ ବ୍ୟବହାର ମୋଟରସାଇକେଲ୍ କୁ ଜବତକରିବାସହ ତିନିଜଣ ଚାଲାଣକାରୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି ବାଲିଗୁଡା ପୋଲିସ୍ । ଗିରଫ ତିନିଜଣ ବାଲିଗୁଡା ଥାନା ରେବିଙ୍ଗିଆ ଗ୍ରମପଞ୍ଚାୟତର ଦୁଲିକିଆ ଅଞ୍ଚଳର ସୁରଥ ମଲ୍ଲିକ, ପୁଲୁଙ୍ଗା ମଲ୍ଲିକ ଓ ଶମ୍ଭୁନାଥ ମଲ୍ଲିକ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

18 − one =