ଗୀତ ଗାଇଲେ ଧୋନୀ,ଦେଖନ୍ତୁ ଭିଡିଓ

0 581

ନୂଆଦିଲ୍ଲୀ: ଜଣେ ନିଷ୍ଠାବାନ୍ ଓ ସଂକଳ୍ପବନ୍ଧ ବ୍ୟକ୍ତି ଯେକୌଣସି କାର୍ଯ୍ୟରେ ସଫଳତା ହାସଲ କରିପାରିବ । ଏହା ତାଙ୍କୁ ନୂତନ ପରିଚୟ ମଧ୍ୟ ଦେଇଥାଏ । ଭାରତୀୟ କ୍ରିକେଟର ଅନ୍ୟତମ ଲୋକପ୍ରିୟ ଓ ସଫଳ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କ କ୍ଷେତ୍ରରେ ମଧ୍ୟ ତାହା ଘଟିଛି । ସେ କ୍ରିକେଟ୍ ଖେଳୁଛନ୍ତି, ସୀମାନ୍ତରେ ପାଟ୍ରୋଲିଂ ମଧ୍ୟ କରୁଛନ୍ତି । ଗତ କିଛିଦିନ ହେଲା ସେ ଯବାନ୍ମାନଙ୍କ ଗହଣରେ ରହି ସେମାନଙ୍କୁ ଉତ୍ସାହିତ କରିଛନ୍ତି । ତେବେ ଯେଉଁ ଜିନିଷଟି ତାଙ୍କୁ ଆହୁରି ଚର୍ଚ୍ଚିତ କରିଛି, ତାହା ହେଉଛି ତାଙ୍କର ଗୀତ ଗାଇବା ପ୍ରତିଭା । ଏବେ ସେ ଏକ ସାମରିକ ଅଭିଯାନରେ ଅଛନ୍ତି । ଗତକାଲି ରାତିରେ ଟେରିଟୋରିଆଲ୍ ଆର୍ମି ବାଟାଲିୟନ୍ର ସଦସ୍ୟମାନଙ୍କ ସହ ସେ ଭଲିବଲ୍ ଖେଳିଥିଲେ । ସେହିପରି, ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ ଗୀତ ମଧ୍ୟ ଗାଇଥିଲେ । ତାଙ୍କର ଏହି ଦୃଶ୍ୟ ଏବଂ ଗୀତ ଗାଇବାର ଭିଡ଼ିସ ଭାଇରାଲ୍ ହୋଇଛି । ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତରୁ ସଂପୂର୍ଣ୍ଣ ଭାବରେ ବାଦ୍ ପଡ଼ିଛନ୍ତି । ବିଶ୍ୱକପ୍ ପରେ ସେ ସଂପୂର୍ଣ୍ଣ ଭାବରେ ନିଜକୁ କ୍ରିକେଟ୍ଠାରୁ ଦୂରେଇ ରଖିବାକୁ ଚାହିଁଥିଲେ ।

hiring

ସେତେବେଳେ ଚର୍ଚ୍ଚା ହୋଇଥିଲା ଯେ, ଧୋନି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବେ; କିନ୍ତୁ ଖେଳିବେ ନାହିଁ । ସେ ଦଳର ପଥପ୍ରଦର୍ଶକ ଭାବେ କାର୍ଯ୍ୟ କରିବେ । ଏହାପରେ ଧୋନିଙ୍କୁ ଆମ୍ବାସଡ଼ର ଭାବରେ ନିଯୁକ୍ତ କରାଯାଇଥିଲା । ସେ ସୀମାନ୍ତରେ କାର୍ଯ୍ୟ କରୁଥିବା ଯବାନ୍ମାନଙ୍କୁ ଅଧିକ ଉତ୍ସାହିତ ଏବଂ ମନୋରଂଜନ ଦେବା କାର୍ଯ୍ୟ କରିବେ ବୋଲି ଆଗ୍ରହ ପ୍ରକାଶ କରିଥିଲେ । ତଦନୁସାରେ ନିକଟରେ ସେ ସୀମାନ୍ତକୁ ଯାଇ ଯବାନ୍ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ଧୋନିଙ୍କର ଉପସ୍ଥିତି ସୈନିକମାନଙ୍କୁ ଆହୁରି ଉତ୍ସାହିତ କରିଛି, କେବଳ ସେତିକି ନୁହେଁ, ଧୋନି ମଝିରେ ମଝିରେ ସାଏରୀ ମଧ୍ୟ କରୁଛନ୍ତି । ଏବେ ୱେଷ୍ଟଇଣ୍ଡିଜ୍ରେ ଭାରତ ସିରିଜ୍ ଜିତିବା ପାଇଁ ସଂଘର୍ଷ କରୁଥିବା ବେଳେ ଧୋନିଙ୍କର ଏଭଳି ଏଣ୍ଟରଟେନ୍ମେଣ୍ଟ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

hiranchal ad1
Leave A Reply

Your email address will not be published.

fifteen − nine =