ସମ୍ବଲପୁର ଫ୍ରେଣ୍ଡ୍‌ସ ସୋସିଆଲ ଫାଉଣ୍ଡେସନ ତରଫରୁ ସହାୟତା

0 674

ସମ୍ବଲପୁର: କରୋନା ପାଇଁ ଚାରିଆଡେ ଲକ୍ ଡାଉନ ହୋଇଥିବାରୁ ସମ୍ବଲପୁର ଫ୍ରେଣ୍ଡ୍‌ସ ସୋସିଆଲ ଫାଉଣ୍ଡେସନ ତରଫରୁ ବସଷ୍ଟାଣ୍ଡ, କ୍ଷେତରାଜପୁର ଷ୍ଟେସନ, ଫାଟକ ଷ୍ଟେସନରେ ରହୁଥିବା ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ଅସହାୟମାନଙ୍କୁ ବିସ୍କୁଟ, ପାଉଁରୁଟି ପ୍ରଦାନ କରାଯାଇଛି । ଏହିକାର୍ଯ୍ୟ ସହରରେ ଲକଡାଉନ ଥିବା ପର୍ଯ୍ୟନ୍ତ କରାଯିବ ବୋଲି ସଂସ୍ଥା ତରଫରୁ କୁହାଯାଇଛି । ଏହି କାର୍ଯ୍ୟରେ ଫାଉଣ୍ଡେସନର ତପନ ସାମଲ, ଶ୍ୟାମ ବାହାଦୁର, ସୁଶାନ୍ତ ପୁରୋହିତ, ଦଶରଥ ଶର୍ମା, ଲିଲୁ ବାଗ, ଶରତ ନାଏକ, ସପ୍ନେଶ୍ୱର ସେନାପତି, ପ୍ରକାଶ ଜେନା, ସଞ୍ଜୟ ବେହେରା ପ୍ରମୁଖ ସାମିଲ ହୋଇ ଏହି ସହାୟତା ପ୍ରଦାନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =