ଓଡିଶାର ନିର୍ବାଚନ ଫଳ ସାରା ଦେଶକୁ କରିବ ଆଚମ୍ବିତ

0 656

ସୁନ୍ଦରଗଡ/ସୋନପୁର: ସୁନ୍ଦରଗଡି ଜିଲ୍ଲା କିରାଇ ଛତାବର ପଡିଆ ଓ ସୋନପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଦିନିକିଆ ଗସ୍ତରେ ଆସି ଓଡିଶାବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଓଡିଶାର ଏହି ଦୁଇ ନିର୍ବାଚନରେ ମୁଁ ଯେଉଁଭଳି ଜନସମୁଦ୍ର ଦେଖୁଛି ସେଥିରୁ ଅଭିଭୂତ ହୋଇଯାଇଛି । ମୋଦି କହିଲେ ଓଡିଶାରେ ଏବେ ମୋଦି ଲହର ଖେଳିଯାଇଛି । ଏଣୁ ଆସନ୍ତା ନିର୍ବାଚନ ଫଳ ଓଡିଶାରେ ଏପରି ହେବ ଯାହା ସାରା ଦେଶକୁ ଆଚମ୍ବିତ କରିବ । ସେ କହିଲେ ମୋଦି କେବଳ ଆପଣଙ୍କମାନଙ୍କ ପ୍ରାଧାନମନ୍ତ୍ରୀ ନୁହଁନ୍ତି, ସେ ହେଉଛନ୍ତି ପ୍ରଧାନସେବକ । ସେବକ ତା’ର ମାଳିକଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି । ଏହି ଆଶୀର୍ବାଦ ଆପଣମାନେ ଦେଲେ ଦେଶରେ ତଥା ରାଜ୍ୟରେ ମଜବୁତ ସରକାର ଗଠନ ହୋଇପାରିବ । ଏଣୁ ଫଇସଲା ନେବାର ସମୟ ଆପଣଙ୍କ ନିକଟରେ ଉପସ୍ଥିତ ହୋଇଛି । ମୋଦି କହିଥିଲେ ଇମାମ୍ ଦାର ବା ଭ୍ରଷ୍ଟ ସରକାର ଦରକାର ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ପଡିବୁ । ସବୁ ବର୍ଗର ବିକାଶ କରୁଥିବା ସରକାର ନା ବଂଶବାଦର ସରକାର ଦରକାର । ତା’ର ଫଇସଲା ଆପଣାମାନେ କରନ୍ତୁ । କଂଗ୍ରେସ ଓ ବିଜେଡି ସରକାର ଆପଣମାନେ ଦେଖିଛନ୍ତି ବିଜେପି ସରକାରକୁ ମଧ୍ୟ ଆପଣ ଦେଖିଛନ୍ତି । ତେଣୁ ଆପଣମାନଙ୍କୁ ଫଇସଲା କରିବାକୁ ପଡିବ କେଉଁ ସରକାର ଆପଣଙ୍କୁ ଦରକାର । ମୋଦି କହିଲେ ବିଜେପି ସରକାର ପରିବାରବାଦ କି ପଇସାରେ ଚାଲେନାହିଁ । ଲକ୍ଷଲକ୍ଷ କର୍ମୀଙ୍କ ଝାଳରେ ଏହି ଦଳ ଗଢାହୋଇଛି । ଜୟପ୍ରକାଶ ଆନ୍ଦୋଳନ ବେଳେ ବିଜେପି ଓ ଜନସଂଘ କର୍ମକର୍ତ୍ତାମାନେ କଂଗ୍ରେସ ସହ ଲଢି ଜେଲ୍ ଯାଇଥିଲେ । ସାଧାରଣ ଲୋକଙ୍କ ପାଇଁ ବିଜେପି ଲଢିଆସୁଛି । ପଶ୍ଚିମବଙ୍ଗରେ ବିଜେପି କର୍ମୀମାନଙ୍କୁ ମାରି ଦିଆଯାଉଛି । ହେଲେ ଭାରତ ମାତାର ଜୟର ମନ୍ତ୍ରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସମର୍ପିତ । ଦଳର ନିର୍ଭିକ ଓ ଉତ୍ସାହିତ କାର୍ଯ୍ୟକର୍ତ୍ତାଙ୍କ ମନୋବଳକୁ କେହି କମାଇପାରିନାହାନ୍ତି । ଦେଶର ଚତୁର୍ଦ୍ଦିଗରେ ବିଜେପି ପତାକା ଉଡୁଛି । ବିଶ୍ୱର ଏହା ବୃହତ୍ତମ ଗଣତାନ୍ତ୍ରିକ ଦଳ ଭାବେ ଆଜି ଉଭା ହୋଇଛି । ଦେଶର କୃଷକ, ଯୁବକ, ସୈନିକ, ଦଳିତ ସମସ୍ତେ ବିଜେପି ସହ ଯୋଡି ହୋଇ ବିକାଶକୁ ପ୍ରସଂଗ କରି ଆଗକୁ ବଢିଛନ୍ତି । ଆଜି ଓଡିଶାରେ ହେଉ କି କେନ୍ଦ୍ରରେ ହେଉ ପଦ୍ମଫୁଲ ଖେଳିବା ନିଶ୍ଚିତ । ଓଡିଶାରେ ଏବେ ସବୁଠୁ ଅଧିକ ପଦ୍ମଫୁଲ ଖେଳିବ । ଦେଶର ପୁଣିଥରେ ପୂର୍ଣ୍ଣ ବହୁମତ ପାଇଥିବା ସରକାର ଗଠନ ହେବାକୁ ଯାଉଛି । ଭାରତ ଏବେ ଆତଙ୍କବାଦୀଙ୍କ ଘରେ ପସି ମାରୁଛି । ସରକାର ପୂର୍ବରୁ ଥିଲେ, ହେଲେ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଚିନ୍ତା କରୁନଥିଲେ । ସରକାର ପୂର୍ବରୁ ମଧ୍ୟ ଥିଲେ, ହେଲେ ଅନ୍ୟ ଦେଶ ଭିତରକୁ ଯାଇ ଆତଙ୍କବାଦୀଙ୍କ କ୍ୟାମ୍ପକୁ ଯାଇ ଧ୍ୱଂସ କରିପାରୁନଥିଲେ । ଭାରତ କେତେ ମଜବୁତ ତା’ର ପ୍ରମାଣ ଏବେ ମୋଦି ଦେଇଛନ୍ତି । ମଜବୁତ ଭାରତ ପାଇଁ ମଜବୁତ ସରକାର ଦରକାର । ଓଡିଶାରେ ସେହିଭଳି ଏକ ମଜବୁତ ସରକାର ମଧ୍ୟ ଆବଶ୍ୟକତା ରହିଛି । ଓଡିଶାରେ ଦୁଇଦଶଦ୍ଧୀ ଧରି ନବୀନ ସରକାର ରହିଛି । ଖଣି, ପାଣି, ଖାଦନରେ ସମୃଦ୍ଧ ଏହି ଓଡିଶା ଆଜି କାହିଁକି ପଛରେ ପଡିରହିଛି । ତାକୁ ବୁଝିବା ବେଳ ଏବେ ଓଡିଶାବାସୀଙ୍କ ପାଇଁ ଆସିଛି । ବିଧାନସଭା ଓ ଲୋକସଭାରେ ଓଡିଶାବାସୀ ପଦ୍ମଫୁଲ ଖେଳିବା ପାଇଁ ନିଷ୍ପତ୍ତି ନେଲେ ମଜବୁତ ସରକାର ଗଠନ ହୋଇପାରିବ । ତେଣୁ ନିଷ୍ପତ୍ତି ଆପଣମାନଙ୍କ ହାତରେ ବୋଲି ମୋଦି କହିଥିଲେ । ଦୁଇ ସମାବେଶରେ ରାଜ୍ୟ ବିଜେପିର ତୁଙ୍ଗ ନେତୃତ୍ୱମାନେ ଉପସ୍ଥିତ ଥିଲେ ।

hiring

ସୋନପୁରରେ ସଭା ଆରମ୍ଭରେ ଅଷ୍ଟଶମ୍ଭ, ଅଷ୍ଟଚଣ୍ଡୀଙ୍କ ପୀଠ ଏ ପବିତ୍ର ସୁବର୍ଣ୍ଣପୁର ମାଟିକୁ ବାରାଣାସୀ ସହ ତୁଳନା କରି ଏହାର ବୟନକଳା ଯୋଗୁଁ ଏ ମାଟିର ଏକ ସ୍ୱତନ୍ତ୍ର ମହକ ଥିବା ସୂଚାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ପର୍ଯ୍ୟଟନ ଶିଳ୍ପର ବ୍ୟାପକ ପ୍ରତ୍ସାହନ ଦ୍ୱାରା ଏ ଅଂଚଳର ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି । ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବଲାଙ୍ଗୀର ଲୋକସଭା ପ୍ରାର୍ଥିନୀ ସଙ୍ଗୀତା କୁମାରୀ ସିଂଦେଓ ଓ ସମସ୍ତ ବିଧାୟକ ପ୍ରାର୍ଥୀମାନଙ୍କୁ ଭୋଟ ଦେଲେ ତାହା ସିଧାସଳଖ ମୋ ପାଖକୁ ଆସିବ ବୋଲି ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

ten − five =