କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରୀଙ୍କୁ ଭେଟିଲେ ଡଃ ସାମନ୍ତ : କେବିକେ ଭଳି କନ୍ଧମାଳ ସଂସଦୀୟ କ୍ଷେତ୍ରର ଲୋକଙ୍କୁ ମଧ୍ୟ ସମାନ ସୁବିଧା ସୁଯୋଗ ମିଳୁ

0 654

ନୂଆଦିଲ୍ଲୀ: କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ରାଓ ଇନ୍ଦ୍ରଜିତ୍ ସିଂଙ୍କୁ ଭେଟି ଓଡ଼ିଶାର କେବିକେ ଜିଲ୍ଲାଗୁଡ଼ିକ ପାଇଁ ପୂର୍ବରୁ ଲାଗୁ ହୋଇଥିବା ଦୀର୍ଘମିଆଦି ବିକାଶମୂଳକ ଯୋଜନାଗୁଡ଼ିକୁ ପୁଣି ଆରମ୍ଭ କରିବା ଲାଗି ଦାବି ଜଣାଇଛନ୍ତି । ଆଲୋଚନା ସମୟରେ ଏହି ପ୍ରସଙ୍ଗ ଉପରେ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କେବିକେ ଯୋଜନା ପାଇଁ ପୁଣି ପାଣ୍ଠି ଯୋଗାଇଦେବା ଲାଗି ଦାବି କରିଥିବା କଥା ସ୍ମରଣ କରାଯାଇଥିଲା ।

hiring

କେବିକେ ଜିଲ୍ଲାଗୁଡ଼ିକୁ ବିଭିନ୍ନ ଯୋଜନାରେ ଯେଭଳି ସୁବିଧା ସୁଯୋଗ ସବୁ ମିଳୁଛି କନ୍ଧମାଳ ସଂସଦୀୟ କ୍ଷେତ୍ରର ଆଦିବାସୀ ଲୋକମାନଙ୍କୁ ମଧ୍ୟ ସେହିଭଳି ସୁବିଧା ସୁଯୋଗ ଦିଆଯାଉ ବୋଲି ସେ ଦାବି କରିଥିଲେ । ଆଲୋଚନା ଶେଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ଏହି ବିଷୟ ଉପରେ ନୀତି ଆୟୋଗ ସହ ଆଲୋଚନା କରି ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଡଃ ସାମନ୍ତଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

19 − nineteen =