ଧୋନିଙ୍କୁ ୭ ନମ୍ବରରେ ପଠାଇବା ମୋ ନିଷ୍ପତ୍ତି ନଥିଲା: ବାଙ୍ଗର

0 639


ନୂଆଦିଲ୍ଲୀ: ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରଠାରୁ ସୃଷ୍ଟି ହୋଇଥିବା ବିବାଦ ଥମିବା ପରିବର୍ତ୍ତେ ବ୍ୟାପକ ହେବାରେ ଲାଗିଛି । ପ୍ରତିଦିନ ଏହି ପ୍ରସଙ୍ଗକୁ ନେଇ କିଛି ନା କିଛି ବିତର୍କ ସୃଷ୍ଟି ହେଉଛି । ଏବେ ବିଶ୍ୱକପ୍ର ଏକ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କୁ ସାତ ନମ୍ବରରେ ବ୍ୟାଟିଂ ପାଇଁ ପଠାଇବା ବିଷୟକୁ ନେଇ ବିତର୍କ ସୃଷ୍ଟି ହୋଇଛି । ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଧୋନିଙ୍କୁ ଏହି ନମ୍ବରରେ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଖବର ପ୍ରକାଶ ପାଇବା ପରେ ବାଭ୍ଗର ତାହା ଉପରେ ଏବେ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯେକୌଣସି ଏକ ମ୍ୟାଚରେ କାହାକୁ କେତେ ନମ୍ବରରେ ପଠାଯିବ ତାହା ଦଳ ନିଷ୍ପତ୍ତି ନେଇଥାଏ । ଏହା କୌଣସି ଜଣେ ଲୋକର ନିଷ୍ପତ୍ତି ନୁହେଁ । ନିଷ୍ପତ୍ତି ନିର୍ଦ୍ଧାରଣ ଗ୍ରୁପର ମୁଁ ଜଣେ ସଦସ୍ୟ । ମୋ ମତ ମଧ୍ୟ ନିଆଯାଇଥାଏ । ଅନ୍ୟମାନେ ମଧ୍ୟ ନିଷ୍ପତ୍ତି ନିଅନ୍ତି । ତେଣୁ ଏହା କେବଳ ମୋ ନିଷ୍ପତ୍ତି ଥିଲା ବୋଲି କୁହାଯିବା ସମ୍ପୂର୍ଣ୍ଣ ଭୁଲ୍ ବୋଲି ବାଙ୍ଗର କହିଛନ୍ତି । ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍ର ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଯିବା ପରେ ଭାରତୀୟ କ୍ରିକେଟ ଦଳକୁ ଯେତିକି ସମାଲୋଚନା କରା ନଯାଇଛି, ତା’ଠାରୁ ଅଧିକ ଦୁର୍ବଳତା ଦଳରେ ରହିଥିବା ପଦାକୁ ଆସିଛି । ଏହା ମଧ୍ୟରେ ଉଭୟ କ୍ରିକେଟ ପଡ଼ିଆ ଏବଂ ପଡ଼ିଆ ବାହାରର ଘଟଣାବଳୀକୁ ନେଇ ଭାରତୀୟ ଟିମ୍ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି । ପ୍ରତ୍ୟେକ ଦିନ ନୂଆ ନୁଆ କାହାଣୀ ଗଣମାଧ୍ୟମକୁ ଭଲ ଖୋରାକ ଯୋଗାଇଛି । ଏହାକୁ ମନ ଭିତରେ ଲୁଚାଇ ରଖି ଟିମ୍ ଇଣ୍ଡିଆ ସମସ୍ତ ପ୍ରକାର ଫର୍ମାଟରେ ଖେଳିବାକୁ ୱେଷ୍ଟଇଣ୍ଡିଜ୍ ଟୁର୍ରେ ଯାଇଛି । ଭାରତୀୟ ଦଳରେ ଆଭ୍ୟନ୍ତରୀଣ ସମସ୍ୟା ବାହାରକୁ ଆସି ନଥିଲେ ମଧ୍ୟ ଦଳ ଏକାଧିକ ସମସ୍ୟାକୁ ନେଇ ଗତି କରୁଥିବା ଜଣାଯାଇଛି । କ୍ରିକେଟରେ ତ ସମସ୍ୟା ରହିବ, କିନ୍ତୁ ବାହାରର ଘଟଣାବଳୀ ପ୍ରଭାବ ବିସ୍ତାର କଲେ ତାହା କ୍ରିକେଟକୁ ପ୍ରଭାବିତ କରିବ । ଏହାକୁ ଆଖିଆଗରେ ରଖି ଟିମ୍ ମ୍ୟାନେଜ୍ମେଣ୍ଟ କିପରି ମ୍ୟାନ୍-ମ୍ୟାନେଜ୍ମେଣ୍ଟ କରୁଛି ତାହା ଉପରେ ଦଳର ପ୍ରଦର୍ଶନ ନିର୍ଭର କରୁଛି । ବିଶ୍ୱକପ୍ରେ ନଂ-୪ ପୋଜିସନ୍କୁ ନେଇ ସମସ୍ୟା ଦେଖାଦେଇଥିଲା । ଅଧିନାୟକ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ହେବା ଘଟଣା ସବୁଠାରୁ ଗୁରୁତ୍ୱ ବହନ କରୁଛି । କୋହଲି ଏହାକୁ ଅସ୍ୱୀକାର କରିବା ଏବଂ ଦଳ ମଧ୍ୟରେ କୌଣସି ବାଦ ବିବାଦ ନଥିବା କଥା କହୁଥିଲେ ମଧ୍ୟ ତାହାକୁ ବିଶ୍ୱାସ କରିହେଉନାହିଁ । ମୁଁ କେବଳ ଟିମ୍ ଲାଗି ନୁହେଁ ଦେଶ ପାଇଁ ଖେଳୁଛି ବୋଲି ରୋହିତ ଶର୍ମା ଟ୍ୱିଟ୍ କରିବା ପରେ ଦଳରେ ଯେ ବିବାଦ ନାହିଁ ତାହାକୁ ଅସ୍ୱୀକାର କରିହେଉନାହିଁ । ଏସବୁକୁ କିପରି କୋହଲି-ଶାସ୍ତ୍ରୀ ମୁକାବିଲା କରି ଭାରତକୁ ବିଜୟୀ କରାଇବେ ତାହା ଏବେ ବଡ଼ ସମସ୍ୟା ଭାବେ ଦେଖାଦେଇଛି ।

hiranchal ad1
Leave A Reply

Your email address will not be published.

one × 3 =