“ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ” ଉନ୍ମୋଚିତ

0 655

ସମ୍ବଲପୁର, ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ ଉପରେ ଲିଖିତ ପ୍ରଥମ ପୁସ୍ତକ ଆଜି ଉନ୍ମୋଚିତ ହୋଇଛି, ଯାହାକି ନୃତ୍ୟଗୁରୁ ମୋହିତ ଦୀର୍ଘ ବର୍ଷ ଧରି ଗବେଷଣା କଲାପରେ ଲେଖିଛନ୍ତି । ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଲୋକବାଦ୍ୟ ର ସମୃଦ୍ଧ ପରମ୍ପରା ରହିଛି କିନ୍ତୁ ସମୟ ସ୍ରୋତରେ ଅନେକ ଲୋପ ପାଇଗଲାଣି ଓ ଆଉ ଅନେକ ଲୋପ ପାଇଯିବ ଏଣୁ ଏହା ଉପରେ ଏକ ପ୍ରାମାଣିକ ପୁସ୍ତକର ଆବଶ୍ୟକତା ଅନୁଭବ କରାଯାଉ ଥିଲା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେ ଗତ କିଛି ବର୍ଷ ରୁ ବିଭିନ୍ନ ପ୍ରଦର୍ଶନ କଳା ଉପରେ ସ୍ନାତକୋତ୍ତର ଡିଗ୍ରୀ ପାଠ୍ୟକ୍ରମ ପ୍ରଚଳିତ ଥିଲେ ମଧ୍ୟ ଲୋକକଳା ଓ ଲୋକବାଦ୍ୟ ଉପରେ କୌଣସି ପ୍ରାମାଣିକ ପ୍ରକାଶିତ ପୁସ୍ତକ ଉପଲବ୍ଧ ନ ଥିବାରୁ ଶିକ୍ଷାଦାନ ରେ ଅନେକ ଅସୁବିଧା ହେଉଥିଲା । ବର୍ତ୍ତମାନ କିନ୍ତୁ କିଛି ଲୋକନୃତ୍ୟ ଗୁରୁ ଏ ଅଭାବନୀୟ ସ୍ଥିତି ଦୂର କରିବା ପାଇଁ ଅଣ୍ଟା ଭିଡି ବାହାରିଛନ୍ତି ଓ ଏହି ପୁସ୍ତକ ଟି ସେହି ଶୃଙ୍ଖଳା ଅନ୍ତର୍ଗତ ଚେଷ୍ଟା ବୋଲି କହିହେବ । ଏହା ଆଇଏସବିଏନ ପଞ୍ଜିକୃତ ଥିବାରୁ ଗୁଣାତ୍ମକ ମୂଲ୍ୟ ସ୍ଵୀକାର୍ଯ୍ୟ ହୋଇ ରହିବ ବୋଲି ଆଶା କରାଯାଉଛି । ଲେଖକ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଏବିଷୟରେ ଯାହା କିଛି ଲୋକବାଦ୍ୟ ଉପଲବ୍ଧ ହେଲା, ସେଗୁଡ଼ିକୁ ସଙ୍ଗ୍ରହକରି ତାହା ଉପରେ ଗଭୀର ଅଧ୍ୟୟନ କଲାପରେ ଏହି ପୁସ୍ତକଟିର ରଚନା କରିଛନ୍ତି । ଉନ୍ମୋଚିତ ହେଲା ପରେ ନିଜ ବକ୍ତବ୍ୟ ରେ ସେ ଆଶା ଜଣେଇ କହିଲେ ଲୋକକଳା ଓ ବିଶେଷକରି ଲୋକବାଦ୍ୟ ଉପରେ ଆଗକୁ ଅଧ୍ୟୟନ କରିବା ପାଇଁ ଏହା ନିଶ୍ଚୟ ସାହାଯ୍ୟ କରିବ ।

hiring

ଆଜିର ଲୋକାର୍ପଣ ଊତ୍ସବରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରୋ. ଆଦିତ୍ୟ ପ୍ରସାଦ ପାଢ଼ୀ ତଥା ସମ୍ମାନିତ ଅତିଥି ରୂପେ ଡ: ଦ୍ୱାରିକାନାଥ ନାୟକ, ଡ: ଶ୍ୟାମ ସୁନ୍ଦର ଧର, ବରିଷ୍ଠ ନୃତ୍ୟଗୁରୁ ରଣଜିତ ନାଗ, ସଙ୍ଗୀତଗୁରୁ ରତନ କୁମାର ପୂଜାହାରୀ, ସାମାଜିକ କର୍ମକର୍ତ୍ତା ଗୋଲକ ବିହାରୀ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର ଆଦି ଉପସ୍ଥିତ ରହି ନୃତ୍ୟଗୁରୁ ମୋହିତଙ୍କୁ ସାଧୁବାଦ ଜଣାଇବା ସହିତ ତାଙ୍କର ଏହି ପ୍ରଚେଷ୍ଟା ପାଇଁ ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

8 + three =