ପାଟକୁରା ନିର୍ବାଚନ : ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ

0 599


ପାଟକୁରା : ସପ୍ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୧୭୯୧ ଭୋଟ ଆଗରେ ରହିଛନ୍ତି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୪୨,୦୩୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୦,୨୪୬ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମାତ୍ର ୧୧୦୭ ଭୋଟ ପାଇ ବହୁ ପଛରେ ରହିଛନ୍ତି ।

hiring

ଆଜି ପାଟକୁରା ଆସନର ଫଳାଫଳ ଆସିବ । ଏଥିରେ ବିଗ ଫାଇଟ ଦେଖିବାକୁ ମିଳିଥିଲା । ବିଜେଡି ପକ୍ଷରୁ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓର୍ଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ  ।କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ।

ତେବେ ପ୍ରଥମ ପାଂଚୋଟି ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗରେ ରହିଥିଲେ । ତେବେ ଆହୁରି ୧୧ଟି ରାଉଣ୍ଡରେ ଗଣତି ବାକି ରହିଥିବା ବେଳେ ସମୀକରଣ ବଦଳିବାର ସମ୍ଭାବନା ରହିଛି  ।

hiranchal ad1
Leave A Reply

Your email address will not be published.

seven + one =