ପୁଅର ଆତ୍ମା ଶାନ୍ତି ପାଇବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ

0 712

ବଲାଙ୍ଗୀର: ଘନଶ୍ୟାମ ମେହେର ପାଟଣାଗଡ଼ ଅଞ୍ଚଳର ଜଣେ ବେଶ୍ ଜଣାଶୁଣା ବ୍ୟକ୍ତି । ବ୍ୟାଙ୍କ କାର୍ଯ୍ୟରୁ ଅବସର ପରେ ଏବଂ ତାଙ୍କର ଏକମାତ୍ର ପୁତ୍ରର ହଠାତ୍ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ପରେ ସେ ସାଂସାରିକ ମାୟାକୁ ତୁଚ୍ଛ କରି ସମାଜ କଲ୍ୟାଣ କାମରେ ମନ ବଳାଇଛନ୍ତି । ସମାଜ କଲ୍ୟାଣ ପାଇଁ ତାଙ୍କ ନିଜ ଉପାର୍ଜିତ ଟଙ୍କାକୁ ଲୋକଙ୍କ କାମରେ ଲଗାଉଛନ୍ତି । କରୋନା ଭଳି ମହାମାରୀର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସେ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି । ରିଲିଫ୍ ଫଣ୍ଡକୁ ଦାନ କରିବା ପରେ ସେ ଟଙ୍କା ରଖି କିଛି ଲାଭ ନାହିଁ ବରଂ ବର୍ତ୍ତମାନ କରୋନା ଭଳି ମହାମାରୀ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବା ବେଳେ ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଜ କଲ୍ୟାଣରେ ଲାଗିଲେ ତାଙ୍କ ପୁତ୍ରର ଆତ୍ମା ଶାନ୍ତି ପାଇବ ବୋଲି ଆମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 + 16 =