ବଢିଲା ଅଣ୍ଡା ଦର, ଆଗକୁ ଆହରି ହେବ ମହଙ୍ଗା

0 59

ଭୁବନେଶ୍ୱର, : ମାତ୍ର ଦୁଇ ଦିନ ମଧ୍ୟରେ ଗୋଟା ଅଣ୍ଡା ଦର ୬ଟଙ୍କାରୁ ୮ଟଙ୍କା ବଢ଼ିଯାଇଛି । ଆଗକୁ ଦର ଆହୁରି ବଢ଼ିବ । ଯଦି ଏମିତି ହୁଏ, କେବଳ ଗରିବଙ୍କ ଆହାରରେ ପାହାର ହେବନି ବରଂ ସ୍କୁଲ ଓ ଅଙ୍ଗନବାଡ଼ି ପିଲାଙ୍କ ପତ୍ରରେ ଅଣ୍ଡା ସଙ୍କଟ ଦେଖାଦେବ ।
ଗୋଟିଏ ପଟେ ବ୍ରଏଲର ଦର ବଢ଼ୁଛି । ତାକୁ ତାଳ ଦେଇ ଅଣ୍ଡା ଦର ବି ଉପରକୁ ଉଠୁଛି । ଏବେ ବଜାରରେ ଗୋଟା ଅଣ୍ଡା ଦର ଆସି ୮ ହେଲାଣି । ବ୍ୟବସାୟୀଙ୍କ ଗୋଟିଏ ଯୁକ୍ତି, କୁକୁଡ଼ା ଦାନା ଦର ବଢ଼ୁଥିବାରୁ ଅଣ୍ଡା ଦର ବଢ଼ୁଛି । ଗ୍ରାହକଙ୍କ ଅଭିଯୋଗ, ଜାତୀୟ ଅଣ୍ଡା ସଂଯୋଜନା କମିଟି(ଏନ୍ଇସିସି) ଓଡ଼ିଶାରେ ଅଣ୍ଡା ଗୋଟା ୫.୮୫ ପଇସା ଧାର୍ଯ୍ୟ କରିଛି । କେବଳ ପରିବହନ ଖର୍ଚ୍ଚ ଯୋଗୁ ଆଉ ୨୫ ପଇସା ବଢ଼ିବ । ହେଲେ ଏହାକୁ ବେପାରୀ ମାନୁନାହାନ୍ତି ।

hiranchal ad1
Leave A Reply

Your email address will not be published.

3 × two =