ଶାଢ଼ୀ ପିନ୍ଧିବା ମୋ ଜୀବନର ସବୁଠାରୁ ସାହସିକ କାମ: ଅଲ୍ଲୁ ଅର୍ଜୁନ

0 71

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିକଟରେ ତାଙ୍କର ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଏହି ଫିଲ୍ମର ବହୁଚର୍ଚ୍ଚିତ ଗଙ୍ଗମ୍ମା ଥଲ୍ଲୀ ଜାତରା ଦୃଶ୍ୟରେ ଜଣେ ମହିଳା ଭାବରେ ଶାଢ଼ୀ ପିନ୍ଧି ଅଭିନୟ କରିବା ତାଙ୍କ ଜୀବନର ସବୁଠାରୁ ସାହସିକ ବା ‘ଆଲଫା’ କାମ ବୋଲି ସେ କହିଛନ୍ତି। ଫୋର୍ବସ୍ ଇଣ୍ଡିଆ କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି ଚ୍ୟାଲେଞ୍ଜିଂ ଅଭିଜ୍ଞତା ବାବଦରେ ଆଲୋଚନା କରିଛନ୍ତି।
ଏହି ବିଶେଷ ଦୃଶ୍ୟ ପାଇଁ ଅଲ୍ଲୁ ଅର୍ଜୁନ ଶାଢ଼ୀ, ଅଳଙ୍କାର ଏବଂ ବ୍ଲୁ ବଡି ପେଣ୍ଟ୍ ସହିତ ମେକଅପ୍ ନେଇଥିଲେ। ସେ ପ୍ରକାଶ କରିଛନ୍ତି ଯେ, ନିର୍ଦ୍ଦେଶକ ସୁକୁମାର ଯେତେବେଳେ ପ୍ରଥମେ ଏହି ଲୁକ୍ ବିଷୟରେ କହିଥିଲେ, ସେତେବେଳେ ସେ ଟିକେ ଡରିଯାଇଥିଲେ। କିନ୍ତୁ ପରେ ତାଙ୍କର ଭୟ ଉତ୍ସାହରେ ପରିଣତ ହୋଇଥିଲା। ସେ ଜାଣିଥିଲେ ଯେ ଯଦି ସେ ଏହି ଚରିତ୍ରକୁ ସଠିକ୍ ଭାବରେ ନିଭାଇବେ, ତେବେ ଏହା ଫିଲ୍ମର ସବୁଠାରୁ ବଡ଼ ୟୁଏସପି ପାଲଟିବ। ନିର୍ଦ୍ଦେଶକ ଏବଂ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଯେ, ଶାଢ଼ୀ ପିନ୍ଧିଥିଲେ ମଧ୍ୟ ପୁଷ୍ପା ରାଜ ଚରିତ୍ରର ଦବଦବା ଏବଂ ମାଚୋ ଲୁକ୍ କମିବା ଉଚିତ୍ ନୁହେଁ।

hiranchal ad1
Leave A Reply

Your email address will not be published.

2 + eight =