ଭିମସାରରେ ଏକାଡେମିକ ସମ୍ପାନ ଆୟୋଜିତ

0 657

ସମ୍ବଲପୁର, ଏଠାକାର ପ୍ରସିଦ୍ଧ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା ଅନୁଷ୍ଠାନ (ଭିମସାର) ରେ ଚିକିତ୍ସା ଅଧ୍ୟାପନାର ଅଗ୍ରଗତି ପାଇଁ ଚିକିତ୍ସା ଅଧ୍ୟାପକମାନଙ୍କୁ ନେଇ ଏକ ଉଚ୍ଚଶିକ୍ଷଣୀୟ ସମ୍ପାନ ଆୟୋଜିତ ହୋଇଥିଲା ଏବଂ ଏଥିରେ ବହୁ ସଂଖ୍ୟକ ଚିକିତ୍ସା ଅଧ୍ୟାପକମାନେ ସାମିଲ ହୋଇଥିଲେ । ଏହି ସମ୍ପାନରେ ସାମାଜିକ ଚିକିତ୍ସା ଭିଭାଗର ସହକାରୀ ପ୍ରଧ୍ୟାପକ ଡା. ଉଦୟନ ନାଏକ ତାଙ୍କର ପ୍ରସ୍ତୁତିରେ ଅସଙ୍କ୍ରମଣୀୟ ବ୍ୟାଧିର କାର୍ଯ୍ୟକାରିତା ବିଷୟରେ ବିଷଦରୂପେ ବୁଝାଇଥିଲେ । ସେହିପରି କାର୍ଡିଓଲଜୀ ବିଭାଗର ସହକାରୀ ଅଧ୍ଯାପକ ଡା ନୟନ ପଟେଲ ଆମେରିକୀୟ ହୃଦୟ ସଙ୍ଘର ଦିଗଦର୍ଶନ ଅନୁସାରେ କାର୍ଡିଓଭାସ୍କୁଲାର ବ୍ୟାଧି ବିଷୟରେ ନିଜର ଉପସ୍ଥାପନ ରଖିଥିଲେ । ଅନୁଷ୍ଠାନ ର ଏକାଡେମିକ କାର୍ଯ୍ୟକ୍ରମ ର ଆବାହକ ପ୍ରୋଫେସର କାହ୍ନୁଚରଣ ପୁରୋହିତ ଏହି ସମ୍ପାନର ସଞ୍ଚାଳନ କରିଥିଲେ । ଏହି ସମ୍ପାନରେ ଅନୁଷ୍ଠାନର ସମସ୍ତ ସ୍ନାତକୋତ୍ତର ବିଭାଗର ଅଧ୍ୟାପକମାନେ ଯୋଗ ଦେଇଥିଲେ ଓ ସମ୍ପାନର ଅନ୍ତିମ ଚରଣରେ ଆୟୋଜିତ ପ୍ରଶ୍ନୋତ୍ତର ମାଧ୍ୟମରେ ପ୍ରସ୍ତୁତ ବିଷୟବସ୍ତୁ ଉପରେ ସେମାନଙ୍କ ମନରେ ଉପୁଜିଥିବା ଶଙ୍କା ଗୁଡିକର ସମାଧାନ ପାଇଁ ଚେଷ୍ଟା କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − eleven =