ରାଜନୈତିକ ଦଳମାନଙ୍କୁ ଚାଷୀଙ୍କ ପ୍ରଶ୍ନବାଣ

0 650

ସମ୍ବଲପୁର, ବର୍ତ୍ତମାନ ନିର୍ବାଚନ ସନ୍ଦର୍ଭ ରେ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ସମସ୍ତ ରାଜନୈତିକ ଦଳମାନଙ୍କୁ କିଛିଟି ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ପଚରା ଯାଇଛି । ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ସମିତି ପକ୍ଷରୁ ଏହି ପ୍ରଶ୍ନାବଳୀ ଉନ୍ମୋଚିତ ହେଲା । ସମିତି ର ଯୁଗ୍ମ ଆବାହକ ଅଶୋକ ପ୍ରଧାନ ଓ ଲିଙ୍ଗରାଜ ପ୍ରଧାନ ଙ୍କ ସହିତ କଳାହାଣ୍ଡି ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଲିଙ୍ଗରାଜ ଆଜାଦ ଆଦି ଏହି ସଭାରେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ ।

hiring

ଏହି କ୍ରମରେ ପ୍ରଥମ ପ୍ରଶ୍ନ ହେଲା ସମଗ୍ର ଦେଶରେ କୃଷି କାମକୁ ଅଣକୁଶଳୀ କାମର ମାନ୍ଯତା କାହିଁକି ? ସେହିପରି ସରକାରୀ କର୍ମଚାରୀ ମାନଙ୍କ ପାଇଁ ପ୍ରତି ଦଶ ବର୍ଷରେ ଏକ ବେତନ ଆୟୋଗ ଗଠିତ କଲାପରି କୃଷକ ଆୟ ଆୟୋଗ ଗଠନ କରାଯାଉ ନାହିଁ କାହିଁକି ଓ କୃଷକଙ୍କ ପାଇଁ ପେନସନ ଯୋଜନା କେବେ ହେବ? କୌଣସି ଶାସକଦଳ ଚାଷୀ ଆତ୍ମହତ୍ୟାର ବାସ୍ତବତାକୁ ସ୍ବୀକାର କାହିଁକି କରୁ ନାହାନ୍ତି? ଓଡ଼ିଶା ଓ ଛତିଶଗଡ଼ ରେ ମହାନଦୀ ଜଳ ପ୍ରସଙ୍ଗ କୁ ନେଇ ଏତେ ତୁମ୍ଭିତୋଫାନ କଲାପରେ ସେହି ରାଜନୈତିକ ଦଳମାନେ ଏବିଷୟରେ ବର୍ତ୍ତମାନ ଚୁପ କାହିଁକି? ଭାଗଚାଷୀ ଙ୍କୁ ଆଇନଗତ ମାନ୍ଯତା ଦେଇ ତାକୁ ଆନୁଷ୍ଠାନିକ ସୂତ୍ରରୁ ଋଣ, ଫସଲବିମା ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିପୂରଣ ଦେବା ପାଇଁ ବିଧିବଦ୍ଧ ବ୍ଯଵସ୍ଥା କାହିଁକି କରାଯାଉ ନାହିଁ? ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲକ୍ଷତି ପାଇଁ କେଉଁ ମାନ୍ଧାତା ଅମଳରୁ ସଞ୍ଚାଳିତ ରିଲିଫ କୋଡ଼ରେ ପରିବର୍ତ୍ତନ କେବେ ହେବ? ଓ ବର୍ତ୍ତମାନ ପରିବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ଅନୁସାରେ ଚାଷୀକୁ କ୍ଷତି ପୂରଣ ଦେବା ପାଇଁ ସବୁ ଶାସକଦଳ କୁଣ୍ଠିତ କାହିଁକି?

ଏହି ପ୍ରଶ୍ନ ଗୁଡିକ ଚାଷୀ ଙ୍କୁ ଯୋଗେଇଦେବା ସହିତ ସେମାନଙ୍କ ଭିତରେ ଯଥେଷ୍ଟ ସଚେତନତା ଅଣା ଯିବ ଓ ସେମାନେ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ରାଜନୈତିକ ନେତା ଙ୍କ ସମ୍ମୁଖରେ ଏହା ଉତ୍ଥାପନ କରିବା ବିଷୟରେ ଆଜି ସାମ୍ବାଦିକ ସମ୍ମିଳନୀ କୁ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ପକ୍ଷରୁ ଜଣେଇ ଦିଆଗଲା ।

hiranchal ad1
Leave A Reply

Your email address will not be published.

8 − 7 =