୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0 82

ବାଲିଗୁଡ଼ା:୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟିର ସଭାପତି ଶ୍ରୀମତୀ ପ୍ରଣିତା ଦାସ (ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୮୦ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ବାଲିଗୁଡ଼ା ମିନି ଷ୍ଟାଡିୟମ ଠାରେ ଆୟୋଜନ କରାଯିବ। ଉକ୍ତ ଦିନ ପ୍ରତ୍ୟୁଷ ୫.୦୦ଘଟିକା ରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୁନ ପରିବେଷଣ କରାଯାଇ ସହର ପରିକ୍ରମା କରାଯିବ। ବିଭିନ୍ନ ଶିକ୍ଷା ଅନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟରେ ସକାଳ ୭.୦୦ଘଟିକା ମଧ୍ୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ଥିବାବେଳେ ସକାଳ ୯.୧୫ ଘଟିକା ସମୟରେ ବାଲିଗୁଡ଼ା ମିନି ଷ୍ଟାଡିୟମ ଠାରେ ଶ୍ରୀମତୀ ପ୍ରଣିତା ଦାସ (ଭା.ପ୍ର.ସେ) ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ ଉପଜିଲ୍ଲାପାଳ । ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିସହିତ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ କାରାଗାରର ବିଚାରଧୀନ କଏଦୀ ଏବଂ ଉପଖଣ୍ଡ ଚିକିତ୍ସାଳୟରେ ଅନୁଷ୍ଠାନ ପକ୍ଷରୁ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର ହୋଇଛି । ଏହା ବ୍ଯତୀତ ଏକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମଧ୍ଯ ଆୟୋଜନ କରାଯିବ।
ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ (ଭା.ପ୍ର.ସେ), ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଶୁଭମ ଭୋସଲେ (ଭା.ପୋ.ସେ), ସମ୍ମାନନୀୟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ କୃପାସିନ୍ଧୁ ବେହେରା (ଓ.ପ୍ର.ସେ), ଏନ.ଏ.ସି ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶିବ ଶଙ୍କର ସମରଥ ଏବଂ ଉତ୍ସବ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ତୀର୍ଥବାସୀ ଘଡାଇ ସଭା ପରିଚାଳନା କରିଥିଲେ । ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମହାରଣା ଏବଂ ଅଭିମନ୍ୟୁ ପ୍ରଧାନ ବୈଠକରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ବୈଠକରେ ସହକାରୀ ଜିଲ୍ଲାପାଳ ଶ୍ରୀ ଅବିନାଶ ପଣ୍ଡା, ବାଲିଗୁଡ଼ା ଆଇ.ଆଇ.ସି ଶ୍ରୀଯୁକ୍ତ ସମିର କୁମାର ପ୍ରଧାନ, ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ କୈସିକ ସାହୁ, ଏନ.ଏ.ସି ଇଓ ଶ୍ରୀଯୁକ୍ତ ବିବେକାନନ୍ଦ ଦଳାଇ ଏବଂ ବିଭିନ୍ନ ବିଭାଗର ଉପଖଣ୍ଡ ସ୍ତରୀୟ ଅଧିକାରୀ, ପୋଲିସ ପ୍ରଶାସନ, ଅଗ୍ନି ନିରାପତ୍ତା ବାହିନୀ ଏ.ଏସ.ଓ ଶ୍ରୀଯୁକ୍ତ ଅମିତାଭ ରାଜ, ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ, ବୈଦ୍ୟୁତିକ ଓ ମୂଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ବାଲିଗୁଡ଼ା ଉପଖଣ୍ଡର ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ସୁଚିନ୍ତିତ ମତାମତ ଦେଇଥିଲେ । ଶେଷରେ ୮୦ ତମ ସ୍ବାଧିନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତି ପ୍ରଣିତା ଦାସ ।

hiranchal ad1
Leave A Reply

Your email address will not be published.

ten + 16 =