ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ମାମଲାର ଶୁଣାଣି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ କ୍ରମେ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ହୋଇଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟର ବିଚାରପତି ଅନୁ ଗ୍ରୋଭର୍ ବାଲିଗାଙ୍କ ସ୍ୱତନ୍ତ୍ର ବିଚାରପତି ଭାବେ ନିଯୁକ୍ତ କରାଯାଇଛି ।
ଗତକାଲି ପ୍ରଧାନମନ୍ତ୍ରୀ ନିଟ୍ ପେପର୍ ଲିକ୍ ମାମଲାର ଶୁଣାଣି ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବାକୁ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ’ଏକ୍ସ’ରେ ସୂଚନା ଦେଇଥିଲେ, ଦେଶର ଯୁବପିଢ଼ିଙ୍କ ସ୍ୱାର୍ଥ ଏବଂ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା। ମାମଲାର ଶୀଘ୍ର ସମାଧାନ ଏବଂ ସମସ୍ତ ପେପର ଲିକ୍ ମାମଲାରେ ଦୋଷୀଙ୍କ ପାଇଁ କଠୋରତମ ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ।
ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରମାନଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସରକାର ନେଉଥିବା ନିଷ୍ପତ୍ତିର ଏକ କ୍ରମରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ହାତଛଡ଼ା କରୁଥିବା କାହାକୁ ମଧ୍ୟ ଛଡ଼ାଯିବ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।
