ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0 1,039

ବୌଦ୍ଧ : ଆଜି ସକାଳେ ବୌଦ୍ଧ ଥାନା କାସଲପୁରଗ୍ରାମ ନିକଟରୁ ଏକ ଅର୍ଦ୍ଧଦଗ୍ଧ ଶବ ବୌଦ୍ଧ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । କୌଣସି ବ୍ୟକ୍ତି ହତ୍ୟା କଲାପରେ ଶବକୁ ପୋଡି ଦେଇଥିବା ସନ୍ଦେହ କରାଯାଉଛି । ମିଳିଥିବା ତଥ୍ୟ ଅନୁଯାୟୀ ମୃତକ ହେଉଛନ୍ତି, କାସଲପୁର ଗ୍ରାମର ଶଙ୍କର ଗୁରୁଙ୍କ ପୁତ୍ର ଦୁଃଖାସନ ଗୁରୁ(୪୫ବର୍ଷ) । ସେ ତୁଳସୀପୁର ଗ୍ରାମ ନିକଟରେ ଏକ ମଠ କରି ଅବସ୍ଥାନ କରୁଥିଲେ । ମଠ ଠାରୁ ଅଳ୍ପ ଦୂରରେ ତୁଳସୀପୁର-ପଲସପାଟ ରାସ୍ତାରେ ତାଙ୍କର ଅର୍ଦ୍ଧଦଗ୍ଧ ଶବ ପଡିଥିବା ଦେଖି ଲୋକେ ବାଉଁଶୁଣୀ ଓ ବୌଦ୍ଧ ଥାନା ପୁଲିସକୁ ଖବର ଦେଇଥିଲେ । ଶବ ମିଳିଥିବା ସ୍ଥାନଟି ବୌଦ୍ଧ ଓ ବାଉଁଶୁଣୀ ଉଭୟ ଥାନାର ସୀମା ରେଖାରେ ଥିବାରୁ ଉଭୟ ଥାନାର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନଟି ବୌଦ୍ଧ ଥାନାର ସୀମା ମଧ୍ୟରେ ହୋଇଥିବାରୁ ପରେ ବାଉଁଶୁଣୀ ପୁଲିସ ଚାଲିଯାଇଥିଲା । ବୌଦ୍ଧ ଥାନା ଆଇଆଇସି ତପସ୍ୱିନୀ କହଁର ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବୌଦ୍ଧ ଡାକ୍ତରଖାନାକୁ ଆଣି ଘଟଣାର ପ୍ରାଥମିକ ତଦନ୍ତ ଚଳାଇଛନ୍ତି ।
ମୃତ ଦୁଃଶାସନ ଗୁରୁ ବିବାହିତ ଓ ପାରିବାରିକ ମନାନ୍ତର ହେତୁ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଛାଡି ପ୍ରାୟ ୭/୮ ବର୍ଷ ହେଲା କାସଲପୁର ଗାଁ ନିକଟରେ ଏକ ଘର କରି ଏକୁଟିଆ ରହୁଥିଲେ । ତାଙ୍କର ସ୍ତ୍ରୀ ପିଲାଛୁଆଙ୍କୁ ଧରି ପଡୋଶୀ କାସଲପୁର ଗ୍ରାମ ମଠସାହିରେ ରହି ଆସୁଥିଲେ । ଗତବର୍ଷ ନିଜର ଝିଅକୁ ବିବାହ କରାଇଥିଲେ ମଧ୍ୟ ଦୁଃଶାସନକୁ ବିବାହ ସମୟରେ ଡକାଯାଇନଥିଲା । ତେଣୁ ହତ୍ୟାକାଣ୍ଡ ସହ ପାରିବାରିକ ମନାନ୍ତର ନା ଆଉ କ’ଣ ରହସ୍ୟ ରହିଛି ପୁଲିସ ଅନୁସନ୍ଧାନ କଲାପରେ ସବୁ ସ୍ପଷ୍ଟ ହୋଇଯିବ ।

hiranchal ad1
Leave A Reply

Your email address will not be published.

seven + five =