ଡିସେମ୍ବର ୧୬ରେ ଢାକା ଫେରିବେ ଶେଖ୍ ହସିନା

0 43

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଭାରତରେ ନିର୍ବାସିତ ଜୀବନ ବିତାଉଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ଦେଶକୁ ଫେରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆସନ୍ତା ଡିସେମ୍ବର ୧୬ ତାରିଖରେ ସେ ଢାକା ଫେରିବାକୁ ଚାହୁଁଥିବା ଜଣାପଡ଼ିଛି । ଏଥିପାଇଁ ବାଂଲାଦେଶ ସରକାରଙ୍କୁ ସରକାରୀ ବିମାନ ଯୋଗାଇଦେବାକୁ ମଧ୍ୟ ଦାବି କରିଛନ୍ତି । ତାଙ୍କର ଏହି ଘୋଷଣା ପରେ ବାଂଲାଦେଶ ରାଜନୀତିରେ ପୁଣି ଚର୍ଚ୍ଚା ଜୋର୍ ଧରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶେଖ୍ ହସିନାଙ୍କ ମୁଖପାତ୍ର ସୟଦ ମୋଜାମ୍ମେଲ ଅଲ୍ଲୀ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଡିସେମ୍ବର ୧୬ରେ ଢାକା ଫେରିବାକୁ ଇଚ୍ଛା ରଖିଛନ୍ତି । ଏହି ଦିନକୁ ବାଂଲାଦେଶରେ ବିଜୟ ଦିବସ ଭାବେ ପାଳନ କରାଯାଏ । ୧୯୭୧ ମସିହାରେ ମୁକ୍ତି ସଂଗ୍ରାମରେ ପାକିସ୍ତାନର ପରାଜୟ ପରେ ଏହି ଦିନ ବାଂଲାଦେଶ ସ୍ୱାଧୀନତା ହାସଲ କରିଥିଲା ।

hiranchal ad1
Leave A Reply

Your email address will not be published.

one × 4 =