ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ଟାଉନ୍ ହଲ୍ ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନ୍ୱେ୍ୱଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଆଶା କର୍ମୀ , ଅଙ୍ଗନ୍ୱାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ କୋଭିଡ ମହାମାରୀ ସମୟରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ନିଷ୍ଠାର ସହ କାର୍ଯ୍ୟ, ଟିକାକରଣ, ଶିଶୁ ମୃତ୍ୟୁ ହାରକୁ ରୋକିବା, ଗର୍ଭବତୀ ମା ମାନଙ୍କୁ ସମୟ ଅନୁସାରେ ଟିକା ଓ ଔଷଧ ଦେବା, ମ୍ୟାଲେରିଆ ଓ ଫାଇଲେରିଆର ଔଷଧ ବଣ୍ଟନ ଆଦି ବିଶେଷ ଦାୟିତ୍ୱ ନେଇଛନ୍ତି ବୋଲି କହିଥିଲେ । ଗର୍ଭବତୀ ମା ମାନେ ଯେଭଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ହିଁ ପ୍ରସବ କରନ୍ତୁ ଏବଂ ଏହା ଶତ ପ୍ରତିଶତ ହାସଲ ହେଉ ବୋଲି ଏହା ସେ ଆଶା କର୍ମୀ ମାନଙ୍କୁ ଆହ୍ୱାନ ଦେଇ ଥିଲେ ।
ମଞ୍ଚାସିନ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସି.ଡ଼ି.ଏମ୍.ଓ ଡ଼ଃ ରଞ୍ଜନ ମିତ୍ର, ଡି.ପି.ଏଚ.ଓ ଡ଼ଃ ରାକେଶ ସାହୁ, ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର, ଏ.ଡି.ପି.ଏଚ ଓ ଡ ନିହାରେନ୍ଦ୍ର ପଣ୍ଡା ଏବଂ ଡି.ଆଇ.ପି.ଆର୍.ଓ ମନୋଜ କୁମାର ବେହେରା ତଥା ଡି ପି ଏମ୍.ଏନ୍.ଏଚ.ଏମ୍ ଅବନୀ ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଡି ପି ଏମ୍ ଏନ୍ ଏଚ ଏମ୍ ପ୍ରଥମେ ଏହି ସମ୍ମିଳନୀ ଅନୁଷ୍ଠିତର ଉଦ୍ଦେଶ୍ୟ ଓ ଆଶା, ଗାଆଁ କଲ୍ୟାଣ ସମିତି,ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତାଙ୍କୁ ପ୍ରୋତ୍ସାହନ ଉପରେ ସମ୍ୟକ୍ ସୂଚନା ଦେଇଥିଲେ । ମୁଖ୍ୟ ବକ୍ତା ଉମାଶଙ୍କର କର ନିଜ ବକ୍ତବ୍ୟରେ ଆଶା ମା’, ଅଙ୍ଗନୱାଡ଼ି ଦିଦି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରି ସେମାନଙ୍କ ପାଇଁ ବହୁ ଜୀବନ ରକ୍ଷା ପାଇଛନ୍ତି ଏବଂ ନିଷ୍ଠାର ସହ ସେବା କରିବାକୁ ମତ ରଖିଥିଲେ । ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏମ୍.ଆଇ.ଏସ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କଲମପୁର ବ୍ଲକର ମିନିଗୁର୍, କେସିଙ୍ଗା ବ୍ଲକ୍ ର ଲଇତରା ଏବଂ କଲମପୁର ବଡ଼କୁଟ୍ରୁ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଯଥା କ୍ରମେ ୪୦,୦୦୦ ଟଙ୍କା, ୨୦,୦୦୦ ଟଙ୍କା ଓ ୧୦,୦୦୦ ଟଙ୍କା ରାଶି ପୁରସ୍କାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସାର୍ଟିଫିକେଟ୍ ଓ ଟ୍ରଫି ପ୍ରଦାନ କରିଥିଲେ । ସେଭଳି ଏମ୍.ଆଇ.ଏସ କ୍ୟାମ୍ପେନ୍ରେ କେସିଙ୍ଗା, ମ.ରାମପୁର, ଭବାନୀପାଟଣା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରାପ୍ତ କରିଥିଲେ । ପରିବାର ନିୟନ୍ତ୍ରଣରେ ଉଲ୍ଲେଖନୀୟ କାର୍ଯ୍ୟ ହେତୁ ଡ଼ଃ ସଦାନନ୍ଦ ପାଣିଗ୍ରାହୀ, ସର୍ଜରୀ କ୍ଷେତ୍ରରେ ଡ଼ଃ ଭଗବାନ୍ ପଣ୍ଡା, ଉତ୍ତମ ସ୍ୱାସ୍ଥ୍ୟ କର୍ମୀ ଭାବେ ମାଲିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ଃ ଅଜିତ୍ ରାଉତ, ମନିକେରା ସ୍ୱାସ୍ଥ୍ୟ କେନ୍ଦ୍ରର ରବିଚନ୍ଦ୍ର ଧରୁଆ, ବର୍ଚି ଗ୍ରାମ, କଲମପୁର ସି.ଏଚ.ସି କସ୍ତୁରୀ ଛତ୍ରିଆ, ଉଳିକୁପାର ବାଲମତି ଶବର, ଘୋଡାବନ୍ଧର ଲାଲ୍ଦେଈ ଦାସ ପ୍ରମୁଖ ପୁରସ୍କାର ଓ ସାର୍ଟିଫିକେଟ ଗ୍ରହଣ କରିଥିଲେ । ମହିଳା ଆରୋଗ୍ୟ ସମିତି ( ସହରାଞ୍ଚଳ ବସ୍ତି) ରେ ଭବାନୀପାଟଣା ମ୍ୟୁନିସିପାଲଟି ଅନ୍ତର୍ଗତ ୧୯ ଟି ୱାର୍ଡ ଦାୟିତ୍ୱ ରେ ଥିବା ଏନ୍.ଏ.ଏମ୍ ଙ୍କୁ ୩୦୦୦ ଟଙ୍କା ରାଶି ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଗାଁ କଲ୍ୟାଣ ସମିତି ଅନ୍ତର୍ଗତ ସୁସ୍ଥ ଗାଁ ପୁରସ୍କାର ଭାବେ କେସିଙ୍ଗାର ବେଲାମାଲ୍, ଲାଞ୍ଜିଗଡ଼ର ମହେଶ୍ୱରପୁର, ଏମ୍. ରାମପୁରର ଦେଉଳିଶୁଲିଆ, ଭବାନୀପାଟଣାର କରା ଟିକିଲି, ଜୁନାଗଡ଼ର ବନିମୋରା, ଥୁଆମୂଲ ରାମପୁରର ଶ୍ରିମସ୍କା, ପରର୍ଲାର ବୋକ୍ରାକୋଟା, କଲମପୁରର ଟେମରା, ଗୋଲାମୁଣ୍ଡାର ଲକୁର୍ ଭଟା, ନର୍ଲାର ଶ୍ରିପୁର, ଜୟପାଟଣାର ଗୁନଗୁନିଆ, କର୍ଲାମୁଣ୍ଡାର ସିଲେଟ ପଡ଼ା ଗାଁ କଲ୍ୟାଣ ସମିତି ପ୍ରତ୍ୟେକ ୧୦,୦୦୦ ଟଙ୍କା ସହ ସାର୍ଟିଫିକେଟ ଗ୍ରହଣ କରିଥିଲେ । ସେଭଳି ଜିଲ୍ଲା ସ୍ତରୀୟ ଆଶା ପୁରସ୍କାର ରୂପେ ଏମ୍. ରାମପୁର ଓ କଲମପୁରର ଲବଣୀ ସାହୁ ଏବଂ କସ୍ତୁରୀ ଛତ୍ରିଆ ପ୍ରଥମ, କର୍ଲମୁଣ୍ଡାର ନମିତା ସାହୁ ଦ୍ୱିତୀୟ ଏବଂ ଲାଞ୍ଜିଗଡ଼ର ପଙ୍କଜିନି ବଣୁଆ ତୃତୀୟ ରୂପେ ପୁରସ୍କାର ଲାଭ କରିଥିଲେ ।
ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସାଂସ୍କୃତିକ ଦଳ, ଦିଲେଶ୍ୱର୍ ରଣା ରଚିତ “ସେରରା’ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ସେହିଭଳି ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଭାକୁ ଆସିଷ୍ଟାଣ୍ଟ. ମ୍ୟାନେଜର ଏନ୍ସିଡ଼ି ଶ୍ରୀମତୀ ମିନାକ୍ଷୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post