ବିକାଶ କଲେଜରେ ଜାତୀୟ ବିଜ୍ଞାନ ଦିବସ ପାଳିତ

0 35

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନର ବିଭିନ୍ନ ଶାଖାରେ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।
ବିକାଶ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନ ର ନିର୍ଦ୍ଦେଶକ ଡି. ଶ୍ୟାମ ଓ ଡି. ରାମ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିକାଶ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ରୀଯୁକ୍ତ ପଟ୍ଟାୟତ ସାହୁ ଯୋଗଦେଇ ପାରମ୍ପରିକ ପଦ୍ଧତିରେ ବିଭିନ୍ନ ଔଷଧୀୟ ବୃକ୍ଷଲତାର ଉପକାରିତା ଓ ଔଷଧୀୟ ଗୁଣ ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ଅବଗତ କରାଇବା ସହ ଲୁପ୍ତ ହେବାକୁ ଯାଉଥିବା ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷଲତାର ଯତ୍ନ ନେବା ସହ ସଂରକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଆନୁଷ୍ଠାନିକ ଭାବେ ତାଙ୍କୁ ସ୍ମୃତି ସ୍ମାରକୀ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସେହିଭଳି ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ବିକାଶ ଆବାସିକ ବିଦ୍ୟାଳୟରେ ମଧ୍ୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଥିଲା । ଅତିଥି ଭାବେ ନିର୍ଦ୍ଦେଶକ ଡି. ଶ୍ୟାମ ଯୋଗଦେଇ ବିଜ୍ଞାନ ଦିବସର ମହତ୍ତ୍ୱ ଓ ବୈଜ୍ଞାନିକ ମନୋବୃତ୍ତି ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମାର୍ଗ ଦର୍ଶନ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ବିଜ୍ଞାନ ମଡେଲ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ସମ୍ବନ୍ଧିତ ପୋଷ୍ଟର, ତର୍କ, କୁଇଜ୍‌ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସମସ୍ତ ବିଭାଗର ଅଧ୍ୟାପକ / ଅଧ୍ୟାପିକା ମାନେ ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

1 + 4 =