ଅଲ ଇଣ୍ଡିଆ ଇଣ୍ଟର୍‌ ସାଇ କୁସ୍ତିରେ ବ୍ରୋଞ୍ଜ ବିଜୟୀ ବାପି ଦାସଙ୍କୁ ସମ୍ବର୍ଦ୍ଧିତ

0 83

ପୁରୀ : ହରିୟାଣାରେ ଅନୁଷ୍ଠିତ ଅଲ ଇଣ୍ଡିଆ ଇଣ୍ଟର୍‌ ସାଇ କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିବା ପୁରୀର ବାପି ଦାସଙ୍କୁ ଜାତୀୟ ବ୍ୟାୟାମ ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ବାପି ତୃତୀୟ ସ୍ଥାନରେ ରହିଥିଲେ । ସେ ଆନ୍ତର୍ଜାତୀୟ କୋଚ ମନିଷା ସାମଲଙ୍କ ନିକଟରୁ ପ୍ରଶିକ୍ଷଣ ନେଉଥିବା ଜଣାପଡିଛି । ସମ୍ବର୍ଦ୍ଧନା ଉତ୍ସବରେ ନରସିଂହ ଭୋଳ, ମହାବୀର ପ୍ରତିହାରୀ, ସତ୍ୟନାରାୟଣ ମହାନ୍ତି, ରବୀନ୍ଦ୍ରନାଥ ସେନାପତି, ନାରାୟଣ ବେହେରା, ଶିବାଜି ବେହେରା ପ୍ରମୁଖ ବାପିଙ୍କୁ ସମ୍ବର୍ଦ୍ଧିତ କରିଥିଲା । ଆଗାମୀ ଦିନରେ ବାପି ଆହୁରି କଠିନ ପରିଶ୍ରମ ଦ୍ୱାରା ଭଲ ପ୍ରଦର୍ଶନ କରିବେ ବୋଲି ଅତିଥି ଗଣ ଆଶାବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

two × two =