ବଦଳିଲା ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ

0 44

ପୁରୀ : ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଦର୍ଶନର ସମୟ ଆଜିଠାରୁ ପରିବର୍ତ୍ତନ ହୋଇଛି । ଆଜି ଠାରୁ ସକାଳ ୬ ଟାରୁ ସୂର୍ଯ୍ୟ ମନ୍ଦିରର ମୁଖ୍ୟଦ୍ୱାର ଖୋଲାଯାଇ ସନ୍ଧ୍ୟା ୭ଟାରେ ବନ୍ଦ ହେବ । ଏହା ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଜଣାପଡିଛି ।ସେହିଭଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ ସଂଧ୍ୟା ୭ ଟା ୩୦ ରୁ ଆରମ୍ଭ ହେବ ।
ସୂର୍ଯ୍ୟ ମନ୍ଦିର ବନ୍ଦ ହେବା ପରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ ପାଇଁ ଟିକେଟ କରିଥିବା ପର୍ଯ୍ୟଟକ ୭ଟା ୩୦ ରେ ପ୍ରବେଶ କରି ଏହା ଦେଖି ପାରିବେ । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ଏଥର ସନ୍ଧ୍ୟା ସମୟରେ ୬ଟା ପରିବର୍ତ୍ତେ ୭ଟା ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ବୁଲି ପାରିବେ । ପୂର୍ବ ଭଳି ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ପଟେ ପ୍ରବେଶ କରି ନବଗ୍ରହ ଗେଟେରେ ପ୍ରସ୍ଥାନ କରିପାରିବେ ବୋଲି ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

2 + seventeen =