ନନ୍ଦାହାଣ୍ଡିରେ ବେଧଡକ ବାଲି ଚୋରା ଚାଲାଣ ଅଭିଯୋଗ

0 44

ନବରଙ୍ଗପୁର: ଦିନ ଦ୍ୱିପହରେ ଚାଲିଛି ଖଣି ଖାଦାନ ଲୁଟ । ନବରଙ୍ଗପୁର ଜିଲ୍ଳାରେ ଏହା ନୂଆ କଥା ନୁହେଁ । ପୂର୍ବରୁ ନବରଙ୍ଗପୁର ତହସିଲ ଓ ପାପଡାହାଣ୍ଡି ପରେ ଏବେ ନନ୍ଦାହାଣ୍ଡି ତହସିଲ୍‌ରେ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି । ତେବେ, ବିଭିନ୍ନ ସମୟରେ ଅଭିଯୋଗ ହେଲେ ମଧ୍ୟ ବନ୍ଦ ହୋଇ ପାରୁନି ବାଲି ଚୋ଼ରା ଚଲାଣ । ଦିନ ଦ୍ୱିପହରେ ଟ୍ରକ୍‌ ଟ୍ରକ୍‌ ବାଲି ଉଠାଣ ହେଉଛି । କିନ୍ତୁ ବିଭାଗ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି । ଇନ୍ଦ୍ରାବତୀ ନଦୀ ପଠା ଉପରେ ଏବେ ବାଲି ମାଫିଆମାନଙ୍କ ଲୋଳୁପ ଦୃଷ୍ଟି ପଡିଛି । ଦିନକୁ ଦିନ ଖାଲି ହେବାରେ ଲାଗିଛି ଇନ୍ଦ୍ରାବତୀ ନଦୀର ବାଲି ଭଣ୍ଡାର । ଦିନକୁ ଶହ ଶହ ଗାଡି ବାଲି ଚୋରା ଚଲାଣ ହେଉଛି । ବାଲି ଚାଲାଣ ଉପରେ ରୋକ୍‌ ଲଗାଇବାକୁ ସାଧାରଣରେ ଦୃଢ ଦାବି ହେଉଛି । ଏ ନେଇ ବିଭାଗୀୟ ଆରଆଇ ଅଧିକାରିଣୀଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ,ଆମ ଉପରେକୁ ବହୁତ କାମ ପ୍ରେସର୍‌ ଅଛି ।

hiranchal ad1
Leave A Reply

Your email address will not be published.

18 − 5 =