ହାଇୱା ପଛରେ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

0 3,029

hiring

ବୌଦ୍ଧ,୨୮/୧ – ଆଜି ଭୋର ସମୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା 57 ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ହାଇୱା ପଛକୁ ଧକ୍କା ଦେଇ ଗୋଟିଏ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୁଚନା ଅନୁଯାୟୀ ଆଜି ଭୋର ସମୟରେ ମାଲକାନଗିରି ଠାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଯାତ୍ରୀବlହି ବସ୍ ସାଇ ରାମ୍ ଓଡ଼ି 02 ବି.ଏଚ. 8894 ବସ ଚାରିଛକ ନିକଟରେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ହାଇୱା କୁ ଧକ୍କା ଦେଇଥିଲା l ଫଳରେ ବସ୍ ସାମ୍ନା କେବିନରେ ବସିଥିବା 4 ଜଣ ବସ କର୍ମଚାରୀ ଆହତ ହୋଇଥିଲେ । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି l ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ଥିବା ୪୦ ଜଣ ଯାତ୍ରୀ । ଅନ୍ୟପଟେ ଦୁର୍ଘଟଣା ସ୍ଥଳରୁ ହାଇୱା ଗାଡି ଫେରାର ମାରିଥିଲା l ବର୍ତ୍ତମାନ ଘଟଣା ସ୍ଥଳରେ ପୁରୁଣାକଟକ ଥାନା ପୋଲିସ ପହଁଚି ତଦନ୍ତ ଜାରି ରଖିଛି।

hiranchal ad1
Leave A Reply

Your email address will not be published.

12 − six =