ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ

0 732

hiring

ବୌଦ୍ଧ /ବାଉଁଶୁଣୀ,୨୧/୫- ଆଜି ବୌଦ୍ଧ ବ୍ଲକ୍ କଂଗ୍ରେସ କମିଟି ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ବଳିଦାନ ଦିବସ ବାଉଁଶୁଣୀ ଠାରେ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇ ଯାଇଛି l ବ୍ଲକ୍ କଂଗ୍ରେସ କମିଟି ସଭାପତି ଉମେଶ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ବଳିଦାନ ଦିବସରେ କଂଗ୍ରେସର କର୍ମକର୍ତ୍ତା ମାନେ ଯୋଗଦେଇ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତି ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏ ଅବସରରେ ବୌଦ୍ଧବ୍ଲକ୍ ଗୋଛାପଡା ଗ୍ରାମ ପଞ୍ଚାୟତର ଥପାପାଲି ଗ୍ରାମରେ କରୋନା ସଚେତନତା ସୃଷ୍ଟି କରାଇବା ସହ ଶୁଖିଲା ଖାଦ୍ୟ, ସାବୁନ୍ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା | ସମସ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ କର୍ମୀ କଳାକାହ୍ନୁ, ପବିତ୍ର କର୍ମୀ, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ମହେନ୍ଦ୍ର ମହାକୁଳ, ନିରଞ୍ଜନ ଗେଜ, ସରୋଜ ତ୍ରିପାଠୀ ଓ ଅନ୍ୟମାନେ ଯୋଗ ଦେଇଥିଲେ |

hiranchal ad1
Leave A Reply

Your email address will not be published.

12 − 7 =