ବଲାଙ୍ଗୀର ହସପିଟାଲରେ 2ଭିନ୍ନ ଲାଞ୍ଚ ଭିଡିଓ ଭାଇରାଲ, ଆକ୍ସନ ବି ଭିନ୍ନ

0 438


ବଲାଙ୍ଗୀର,୧୧/୫ – କିଛିଦିନ ତଳେ ବଲାଙ୍ଗୀର BBMCH ଓ ପାଟଣାଗଡ ଉପଖଣ୍ଡ ହସପିଟାଲର 2ଟି ଅଲଗା ଅଲଗା ଲାଞ୍ଚ ଦାବୀ କରୁଥିବା 2ଟି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସିଡିଏମଓ ଡ. ଭୀମ ସାହୁ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ଗୋଟେ ଘଟଣାରେ ସଂପୃକ୍ତ BBMCH ଅସ୍ଥିଶଲ୍ୟ OPD ଆଟେନଡାଣ୍ଟ ସଚ୍ଚିକାନ୍ତ ମିଶ୍ରଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟଟିରେ ସଂପୃକ୍ତ ପାଟଣାଗଡ SDMO ଡ. ଦାସଙ୍କୁ ସଦର ମହକୁମାକୁ ବଦଳି କରାଯାଇଛି । ଆଟେନଡାଣ୍ଟ ମିଶ୍ର, ଗୋଡ ପ୍ଳାଷ୍ଟର କାଢି କିଛି ଟଙ୍କା ଦାବୀ କରିଥିଲେ। ସେହିପରି ଡ. ବାଚସ୍ପତି ଦାସ ସରକାରୀ ହସପିଟାଲରେ ପ୍ରସବ କରିବା ପରେ 20ହଜାର ସଂପର୍କୀୟଙ୍କ ଠାରୁ ଦାବୀ କରୁଥିବା ଓ କିଛି ପକେଟରେ ଭର୍ତ୍ତିବା ଭିଜୁଆଲରେ ସ୍ପଷ୍ଟ ଜଣା ପଡୁଛି । ଏହା ସହ SDMO ନର୍ସ ଓ କର୍ମଚାରୀଙ୍କ ଅଲଗା ବୁଝିବା ପାଇଁ ପରାମର୍ଶ ଦେଇଛନ୍ତି। ସୁରକ୍ଷିତ ପ୍ରସବ ସୁନିଶ୍ଚିତ କରିବା ପାଇଁ ସରକାର ଆମ୍ବୁଲାନସ ଓ ପ୍ରୋତ୍ସାହନ ରାଶି ଦେଉଛନ୍ତି କିନ୍ତୁ ଏ ଟଙ୍କା ପ୍ରସୂତିଙ୍କ କାମରେ ଆସିବା ଦୂରେଥାଉ ଓଲଟା କେତେ ଗୁଣା ଖର୍ଚ୍ଚ ହେଉଛି, ତାର ନମୁନା ଦେଖି ସରକାର କେବେ ବୁଝିବେ 5ଟି ମନ୍ତ୍ର କାମର ନୁହେଁ। ଯେଉଁ SDMO ରୋଗୀ ସେବାର ମାନ ଓ ସ୍ବଚ୍ଛତା ରକ୍ଷା କରିବା ଦାୟିତ୍ୱ, ସେ ଉପୁରି ନେବା ଓ ନେବାରେ ସହଯୋଗ କରିବା , ବାଡ ବଗିଚା ଖାଇବା ନୁହେଁ କି ? ମୋ ସରକାର ଫେଲ୍ ବୋଲି କହିବା ଠିକ୍ ନୁହେଁ କି ? ଯାହା ବି ହେଉ ଘଟଣା ଫୁଟିବା ପରେ ପ୍ରଶାସନ ପଦକ୍ଷେପ ନେଇଛି କିନ୍ତୁ କାର୍ଯ୍ୟାନୁଷ୍ଠାନରେ ଅସ୍ବଚ୍ଛତା ଜଳ ଜଳ ଦିଶୁଛି ବୋଲି ମତ ପ୍ରକାଶ ପାଉଛି । ସମାନ ଅପରାଧ ଭିନ୍ନ କାର୍ଯ୍ୟାନୁଷ୍ଠାନ ପରେ ଲୋକେ କହୁଛନ୍ତି, ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ମୋ ସରକାରଙ୍କ ଅଲିଖିତ ନିୟମ। 2ପ୍ରକାର ଭିନ୍ନ ଆକ୍ସନ ପ୍ରଶ୍ନ ଉପରେ ଡ. ଦାସଙ୍କ ଅଭିଯୋଗ ଉପରେ CDMO ଅଧିକ ତଦନ୍ତ ଚାଲିଛି ବୋଲି ସଫେଇ ଦେଇଛନ୍ତି। ପ୍ରଶ୍ନ ଉଠୁଛି ଯଦି ତଦନ୍ତ ସରିନାହିଁ ତରତର ଆକ୍ସନ କାହିଁକି ? ତଳ କର୍ମଚାରୀ ବେଳକୁ ତଦନ୍ତ ଶୀଘ୍ର ସରୁଥିବା ବେଳେ ବାବୁଙ୍କ ବେଳକୁ କେବେ ସରିବ ? ତଦନ୍ତ ଆଳରେ ମାମଲାକୁ ଥଣ୍ଡା କରି ଡାକ୍ତର ଡାକ୍ତରଙ୍କୁ ଖସାଇବା ଷଡଯନ୍ତ୍ର ବୋଲି ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

15 − twelve =