ଟୋକିଓ ଅଲିମ୍ପିକ୍ସ ଅପଡେଟ: ମହିଳା ହକି ଦଳର ଦମଦାର ବିଜୟ

0 91

ଟୋକିଓ : ଟୋକିଓ ଅଲିମ୍ପିକ୍ସର ଆଜି ନବମ ଦିନ । ତୀରନ୍ଦାଜରେ ଅତନୁ ଦାସ ପ୍ରି-କ୍ୱାର୍ଟର ଫାଇନାଲ ହାରିଯାଇଥିବା ବେଳେ କମଳପ୍ରିତ କୌର ଡିସକସ ଥ୍ରୋରେ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସେହିପରି ଅନ୍ୟ ଭାରତୀୟ ଖେଳାଳି ସୀମା ପୁନିଆ ଅଳ୍ପକେ ଫାଇନାଲରେ ବଞ୍ଚିତ ହୋଇଛନ୍ତି । ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ହରାଇ ନିଜର କ୍ୱାର୍ଟର ଫାଇନାଲ ଖେଳିବାକୁ ଆଶା ଉଜ୍ଜୀବିତ ରଖିଛନ୍ତି । ଯଦି ଆର୍ଲାଲାଣ୍ଡ ତା’ର ପରବର୍ତ୍ତୀ ମ୍ୟାଚ୍‌ ହାରିଯାଏ ତେବେ ଭାରତ କ୍ୱାର୍ଟର ଫାଇନାଲକୁ ଉନ୍ନତି ହେବ ।
ଭାରତୀୟ ମହିଳା ହକି ଟିମ୍‌ ଗ୍ରୁପ ଷ୍ଟେଜର ଅନ୍ତିମର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇଛି । ଟିମ୍‌ ଇଣ୍ଡିଆର ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ବିଜୟ । କ୍ୱାର୍ଟର ଫାଇନାଲ ଖେଳିବାକୁ ଦଳ ଆଶା ଉଜ୍ଜୀବିତ ରଖିଛି । ଅପରାହ୍ନରେ ଗ୍ରେଟ୍‌ ବ୍ରିଟେନ୍‌ ଓ ଆୟରଲାଣ୍ଡ ମ୍ୟାଚ୍‌ ଉପରେ ଦଳର ଭାଗ୍ୟ ନିର୍ଭର କରୁଛି । ଏହି ମୁକାବିଲାରେ ଆୟର୍ଲାଣ୍ଡ ହରିଲେ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିବ ।

hiranchal ad1
Leave A Reply

Your email address will not be published.

seven + 4 =