ଫେରୁଛନ୍ତି ପ୍ରବାସୀ ଓଡିଆ : ଟିଟିଲାଗଡରେ ସକାଳ ୯ରୁ ରାତି ୧୨ ଯାଏଁ କର୍ଫ୍ୟୁ

0 186

ବଲାଙ୍ଗୀର : ଆଉ କିଛି ସମୟରେ ପ୍ରବାସୀ ଓଡିଆଙ୍କୁ ନେଇ ଟିଟିଲାଗଡ ଷ୍ଟେସନରେ ଟ୍ରେନ ପହଞ୍ଚିବ । ଏହାକୁ ଦୃଷ୍ଟି ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଟିଟିଲାଗଡ ସହରରେ ସକାଳ ୯ରୁ ରାତି ୧୨ ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । କରୋନାର ହଟ ଷ୍ଟେଟ କୁହାଯାଉଥିବା ମହାରାଷ୍ଟ୍ର ଓ ତାମିଲନାଡୁରୁ ପ୍ରାୟ ୧୨ଶହ ଯାତ୍ରୀ  ଆଜି ଟିଟିଲାଗଡ ଷ୍ଟେସନରେ ପହଞ୍ଚିବେ । ଏମାନେ ପହଞ୍ଚିବା ପରେ କଡା ସୁରକ୍ଷାରେ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଟିଟିଲାଗଡ ଷ୍ଟେସନ ସହରର ମଧ୍ୟ ଭାଗରେ ଥିବାରୁ ଅନ୍ୟ ଷ୍ଟେସନରେ ପ୍ରବାସୀ ଓଡିଆଙ୍କୁ ଓହ୍ଲାଇବାକୁ ବହୁ ସଂଗଠନ ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ ନିଜ ଜିଦରେ ଅଟଳ ରହିଥିବା ଜଣାପଡିଛି । କଡା ସୁରକ୍ଷା ବ୍ୟବସ୍ଥାରେ ପ୍ରବାସୀ ଓଡିଆଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଯିବ ବୋଲି ପ୍ରଶାସନ ଦୃଢ ପ୍ରତିଶ୍ରୁତି ଦେଇଛି ।

hiranchal ad1
Leave A Reply

Your email address will not be published.

nineteen + three =