ଓଡ଼ିଶା ଫେରନ୍ତାଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ହେବ , ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ

0 292

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଭିଡ଼ିଓ ବାର୍ତ୍ତା ଦେଇ ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହିତ ସେମାନେ ଫେରିବା ପରେ ଯେଉଁ ପଦକ୍ଷେପ ସବୁ ନିଆଯିବ ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଟକଣା ଉଠିଲେ କେନ୍ଦ୍ର ଓ ଅନ୍ୟ ରାଜ୍ୟର ସରକାରଙ୍କ ସହିତ କଥା ହୋଇ ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯିବ । ଏଥିପାଇଁ ଆମକୁ ବୈଷୟିକ ଜ୍ଞାନର ସାହାଯ୍ୟ ନେବାକୁ ପଡ଼ିବ ।ଓଡ଼ିଶା ଫେରନ୍ତା ଶ୍ରମିକମାନଙ୍କୁ ପ୍ରତି ପଞ୍ଚାୟତରେ ବାଧ୍ୟତାମୂଳକ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ସେମାନଙ୍କୁ ଆମେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିବୁ । କ୍ୱାରେଣ୍ଟାଇନ ଶେଷ ହେବା ପରେ ପ୍ରତ୍ୟେକ ପଞ୍ଜୀକୃତ ଓଡ଼ିଆ ଶ୍ରମିକଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏଥିପାଇଁ ପ୍ରତି ପଞ୍ଚାୟତର ସରପଞ୍ଚଙ୍କ ନିକଟକୁ ରାଜ୍ୟ ସରକାର ଦାୟିତ୍ୱ ଅର୍ପଣ କରିବେ । ପଞ୍ଚାୟତ ଓ ପୌରାଞ୍ଚଳର କର୍ତ୍ତୃପକ୍ଷ ଏହାକୁ ସୁବ୍ୟବସ୍ଥିତ ଢଙ୍ଗରେ ପାଳନ କରିବାକୁ ହେବ । ମୁଖ୍ୟମନ୍ତ୍ରୀ କହିଲେ, ଗତ ୯ ତାରିଖରେ ସେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ବାର୍ତ୍ତା ଦେଇଥିଲେ । ସେତେବେଳେ କରୋନା ମୃତ୍ୟୁ ଦେଶରେ ଯାହା ଥିଲା ଏବେ ପାଖାପାଖି ଦୁଇଗୁଣରୁ ଅଧିକ ହୋଇ ୫୦୦ରେ ପହଞ୍ଚିଲାଣି । ସେହିଭଳି, ଓଡ଼ିଶାରେ ସରକାରଙ୍କର ପଦକ୍ଷେପ ପାଇଁ ଏପର୍ଯ୍ୟନ୍ତ କରୋନା ପଜିଟିଭ୍ ୬୧ରେ ରହିଛି । ଏଥିପାଇଁ ଓଡ଼ିଶାବାସୀ ସହଯୋଗ କରିଥିବାରୁ ସମ୍ଭବ ହୋଇଛି ।

hiring

ସେ କହିଲେ, କରୋନା କଟକଣା ପାଇଁ ଲକ୍ଷାଧିକ ଓଡ଼ିଶାବାସୀ ତୀର୍ଥ କରିବାକୁ ଯାଇଥିବା ତୀର୍ଥଯାତ୍ରୀ, ବୃତ୍ତିଗତ କାମରେ ଥିବା ବ୍ୟକ୍ତିମାନେ ଲକ୍ଷାଧିକ ସଂଖ୍ୟାରେ ବାହାରେ ରହିଯାଇଛନ୍ତି । ଫଶି ରହିଥିବା ଏହି ଲକ୍ଷ ଲକ୍ଷ ଓଡ଼ିଆଙ୍କ ମଧ୍ୟରେ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ତେଣୁ ଏହା ମଧ୍ୟ ଅନେକ ପରିମାଣରେ ଦୁଃଖ ଦେଇଛି । ମୁଁ କେନ୍ଦ୍ର ଓ ସେଠା ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସେମାନଙ୍କ ଜୀବନ ସ୍ୱାଭାବିକ ହୋଇପାରିନି । ଏଣୁ କଟକଣା ଉଠିବା ପରେ ସେମାନଙ୍କୁ ସୁବିଧାରେ ଫେରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ । ସେହିଭଳି, ଆମ ରାଜ୍ୟ ମଧ୍ୟରେ ଲକ୍ଷାଧିକ ବାହାର ରାଜ୍ୟର ଶ୍ରମିକ ଫଶି ରହିଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାର ଖାଦ୍ୟପେୟର ସୁବନ୍ଦୋବସ୍ତ କରିଛନ୍ତି । ବାହାର ରାଜ୍ୟର ଏହି ଭାଇଭଉଣୀମାନଙ୍କୁ ଆମେ ଠିକ୍ ଭାବରେ ଯତ୍ନ ନେଉଛୁ । ଏଭଳି ସ୍ଥିତିରେ କରୋନା ପାଇଁ ରାଜ୍ୟବାସୀ ଯେଉଁ ସହଯୋଗ କରିଛନ୍ତି ଆମ ପାଖରେ ସମସ୍ୟା ବହୁ ବଡ଼ ହୋଇ ରହିଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ପଡିବ । ପ୍ରତି ପଞ୍ଚାୟତକୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଉଛି । ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯିବ । ଏପରି କରିବା ଦ୍ୱାରା ଆମେ ରାଜ୍ୟକୁ କରୋନାକୁମୁକ୍ତ କରିପାରିବା । ଏଥିପାଇଁ ଓଡ଼ିଶାବାସୀଙ୍କର ସହଯୋଗ ସେ ପୁଣି କାମନା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

20 − thirteen =