ରାଜ୍ୟରେ ଦ୍ୱିତୀୟ “ଏମ୍ସ’ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

0 125

ସମ୍ବଲପୁର:ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଆଉ ଏକ ଶାଖା ପଶ୍ଚିମ ଓଡ଼ିଶାରେ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓ ସେଦିଗରେ କାର୍ଯ୍ୟ ଯଥେଷ୍ଟ ଆଗେଇ ଥିଲେ ମଧ୍ୟ ଏହା ଆରମ୍ଭ କରାଯାଉ ନାହିଁ । ଏଥିପାଇଁ ସୁନ୍ଦରଗଡ଼ ଠାରେ ଭବନ ନିର୍ମାଣ କାର୍ଯ୍ୟ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ୱ ହେଲା ସମ୍ପନ୍ନ ହୋଇ ସାରିଛି ତଥାପି ସେଠାରେ ଏପର୍ଯ୍ୟନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଏହାକୁ ସ୍ଥଗିତ ରଖିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଘରୋଇ ହସ୍ପିଟାଲର ଏକ ଗୋଷ୍ଠୀ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ସାମ୍ନାକୁ ଆସିଛି, ଯାହା ସାମ୍ନାରେ ରାଜ୍ୟ ସରକାର ଅସହାୟ ହୋଇପଡ଼ିଲା ପରି ଜଣାପଡ଼ୁଛି । ଏଣୁ ଏଦିଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଏଠାକାର ସମ୍ବଲପୁର ନାଗରିକ କଲ୍ୟାଣ ସମିତି ଦାବି କରିଛି । ଏସଂକ୍ରାନ୍ତରେ ଏକ ଦାବିପତ୍ର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ଜରିଆରେ ପଠା ଯାଇଛି । ଉକ୍ତ ହସ୍ପିଟାଲ ପାଇଁ ନିର୍ମିତ ଏହି ଭବନରେ ସମସ୍ତ ଆଧୁନିକ ସୁବିଧାର ବ୍ୟବସ୍ଥା ରହିଛି ଓ ବାହାରୁ ବରିଷ୍ଠ ଡ଼ାକ୍ତରମାନଙ୍କ ଯିବାଆସିବା କରିବା ପାଇଁ ମାତ୍ର ୨୦କିଲୋମିଟର ଦୂରରେ ଝାରସୁଗୁଡ଼ା ସ୍ଥିତ ସକ୍ରିୟ ବିମାନ ବନ୍ଦର ମଧ୍ୟ ରହିଛି । ଉକ୍ତ ହସ୍ପିଟାଲ କାର୍ଯ୍ୟକାରୀ ହେଲେ ସମଗ୍ର ପଶ୍ଚିମ ଓଡ଼ିଶା ସହିତ ସଂଲଗ୍ନ ଛତିଶଗଡ଼ ଓ ଝାରଖଣ୍ଡର ସୀମାନ୍ତ ଅଞ୍ଚଳର ଲୋକେ ମଧ୍ୟ ଲାଭାନ୍ୱିତ ହୋଇ ପାରିବେ । ଏହି ପରିପ୍ରେକ୍ଷୀରେ ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି ।

hiranchal ad1
Leave A Reply

Your email address will not be published.

18 − 15 =