ପ୍ରଆଯୋରେ ପଶ୍ଚିମାଞ୍ଚଳ ପ୍ରତି ବାଛବିଚାର ଓ ଭ୍ରଷ୍ଟାଚାର ଅଭିଯୋଗ ଆଣିଲା ଭାଜପା

0 69

ସମ୍ବଲପୁର:ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପ୍ରଆଯୋ) ରେ ହୋଇଥିବା ପାତରଅନ୍ତର ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ଧନକଉଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ଘଣ୍ଟିଆ ଧାରଣା ପ୍ରଦର୍ଶନ କରାଯାଇଛି । ଏ ବିଷୟରେ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏପରି କାର୍ଯ୍ୟକ୍ରମ ଅନ୍ୟ ସବୁ ବ୍ଲକମାନଙ୍କରେ ଅନୁଷ୍ଠିତ ହେବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଏବିଷୟରେ ଗତକାଲି ପାର୍ଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଯାଇଥିଲା । ଏହି ସଭାକୁ ସମ୍ବୋଧିତ କରି ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଓ ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାଏକ ଓ ରେଙ୍ଗାଲି ବିଧାୟକ ନାଉରି ନାଏକ କହିଛନ୍ତି ଯେ ଓଡ଼ିଶା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ରାଜ୍ୟର ୫ଜିଲ୍ଲାର ୯ଟି ବ୍ଲକରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ ଏହାର ସମୀକ୍ଷା କଲା ପରେ ଏପରି ତଥ୍ୟ ଜଣାପଡିଛି । ଏକଥା ମଧ୍ୟ ଜଣା ପଡିଛି ଯେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ସୁନ୍ଦରଗଡ଼ ଆଜି ଜିଲ୍ଲାରେ ମତଦାନ ଭାଜପା ସପକ୍ଷରେ ହୋଇ ଥିବାରୁ ଏହି ଜିଲ୍ଲା ଗୁଡ଼ିକୁ ଉକ୍ତ ଆବାସ ଯୋଜନାରୁ ବଞ୍ଚିତ କରାଯାଇଛି । ଅନ୍ୟ ପଟେ ରାଜ୍ୟର ସମୁଦ୍ରତଟ ଓ ପୂର୍ବାଞ୍ଚଳରେ ଏହାକୁ ନେଇ ବ୍ୟାପକ ପରିମାଣରେ ଦୁର୍ନୀତି ହେବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ସେଠାରେ ହିତାଧିକାରୀ ଚୟନ ରେ ବାଛବିଚାର, ବ୍ୟାଙ୍କ ଜମାଖାତା ଏପଟ ସେପଟ ତଥା ଗୁହାଳ ଓ ବାରିଘର ଆଦିକୁ ଦେଖାଇ ଏହି ଯୋଜନାର ଅର୍ଥ ତୋଷାରପାତ କରାଯାଇଛି ।

hiranchal ad1
Leave A Reply

Your email address will not be published.

one × 1 =