ବୌଦ୍ଧ : ଆଜି 2 କରୋନା ଆକ୍ରାନ୍ତ ଚିନ୍ହଟ ଓ ଜଣେ ମୃତ

0 66

ବୌଦ୍ଧ,୨୬/୧୩ – ଗତ ଚାରି ଦିନ ଧରି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିନ୍ହଟ ହୋଇ ନଥିବା ବେଳେ ଆଜି ପୁଣି ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସେହିପରି ଗତକାଲି ବୁର୍ଲା ସ୍ଥିତ ଭିମସାର୍ କୋଭିଡ୍ ହସପିଟାଲ ରେ ବୌଦ୍ଧର ଜଣେ 29 ବର୍ଷୀୟ ଯୁବକ ମୃତ୍ୟୁବରଣ କରିଥିବା ଜଣା ପଡିଛି l ମୃତକଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ତଥ୍ୟ ପହଂଚି ନ ଥିବାରୁ ଏ ଖବରକୁ ପ୍ରଶାସନ ତରଫରୁ ପୁଷ୍ଟି କରାଯାଇନାହିଁ l ଆଜିର 2 କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2766 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ସୂଚନା ଦେଇଛନ୍ତି l ସେମାନଙ୍କ ମଧ୍ୟରୁ 2746 ଜଣ ସୁସ୍ଥ ହୋଇ ସାରିଛନ୍ତି ଓ 11 ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି | ସେହିପରି 9 ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି ଓ 23 ଆକ୍ରାନ୍ତ ସୁସ୍ଥ ହୋଇ ସାରିବା ପରେ ପ୍ଲାଜମା ଦାନ କରିଛନ୍ତି ବୋଲି ଶ୍ରୀ ଧରୁଆ ସୂଚନା ଦେଇଛନ୍ତି l
ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ଦୁଇ ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ସେମାନଙ୍କ ନମୁନା ବୌଦ୍ଧ ଜିଲ୍ଲାରୁ ସଂଗ୍ରହ କରାଯାଇନାହିଁ l ସେମାନେ ବାହାରେ ପରୀକ୍ଷା କରାଇ ପଜିଟିଭ ଚିନ୍ହଟ ହୋଇ ଥାଇ ପାରନ୍ତି ବୋଲି ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି |

hiranchal ad1
Leave A Reply

Your email address will not be published.

1 × 5 =