ଘରଘର ବୁଲି କରୋନା ପରୀକ୍ଷା କଲେ ସ୍ବାସ୍ଥ୍ୟ କର୍ମଚାରୀ

0 328

hiring

ଦଶପଲ୍ଲା,୩୧/୫ :- ସଚେତନତା ର ଅଭାବ ହେଉ କିମ୍ବା ସାମାଜିକ ବାସନ୍ଦ ଭୟରେ କରୋନା ପରୀକ୍ଷା କେନ୍ଦ୍ରକୁ ଆସୁନାହାନ୍ତି ଜନସାଧାରଣ । ଏଣୁ ଆଜି ସ୍ବାସ୍ଥ୍ୟ କର୍ମଚାରୀଙ୍କ ସମେତ ବାଣିଗୋଛା ଗ୍ରାମ ପଂଚାୟତର ଉଦ୍ୟମୀ ସରପଂଚ ଭୋବନି କରଣ ,ଡା କାଳୀପ୍ରସାଦ ଷଡ଼ଙ୍ଗୀ ,ଫାର୍ମାସିଷ୍ଟ ରବିନାରାୟଣ ବେହେରା , ଆଶାକର୍ମୀ ମାମି ମହାପାତ୍ର ବାଣିଗୋଛା ଗ୍ରାମର ଘରଘର ବୁଲି ଲୋକଙ୍କୁ ବୁଝାଇ ୧୩୦ ଜଣଙ୍କର କରୋନା ପରୀକ୍ଷା କରିଥିଲେ । ଏଥିମଧ୍ୟରୁ ୩ ଜଣ କରୋନା ଚିହ୍ନଟ ହେବାରୁ ସେମାନଙ୍କୁ ଘରୋଇ ସଂଗରୋଧରେ ରଖାଯାଇଥିଲା । ଡା ଷଡ଼ଙ୍ଗୀଙ୍କ ନେତୃତ୍ୱରେ କରାଯାଇଥିବା ଏଭଳି ନିଆରା ଉଦ୍ୟମ କୁ ଅଂଚଳ ବାସୀ ସ୍ବାଗତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 2 =