ଅବକାରୀ ବିଭାଗର ଚଢ଼ଉ: ୬୦ ଲିଟର ମହୁଲି ମଦ ସହ ମଦ ରନ୍ଧା ସାମଗ୍ରୀ ଓ ୧୮୮୦ କେଜି ମହୁଲପୋଚ ଜବତ

0 381

ଦେବଗଡ଼ : ଜିଲାରେ କରୋନା ଲକ୍‌ଡ଼ାଉନ୍ ଚାଲିଥିବା ବେଳେ ସମସ୍ତ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବାବେଳେ ଏହାର ସୁଯୋଗ ନେଇ ଚୋରା ମଦ କାରବାରକୁ ରୋକିବା ନେଇ ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ମହୁଲି ମଦ ସହ ମହୁଲ ପୋଚ ଓ ମଦରନ୍ଧା ସାମଗ୍ରୀ ଜବତ୍ କରାଯାଇଛି । ପାଞ୍ଚଟି ମାମଲା ଋଜ୍ଜୁ ହୋଇଥିବାବେଳେ ରିଆମାଳ ଥାନା ଅନ୍ତର୍ଗତ ସିଆରିଆ ଗ୍ରାମର ଅର୍ଜୁନ ପାତ୍ର(୪୨) ପାଖରୁ ୧୦ ଲିଟର ମହୁଲି ମଦ ଓ ୮୦୦କେ.ଜି. ମହୁଲ ପୋଚ, ସୁଲୋଚନା ପାତ୍ର(୫୩) ପାଖରୁ ୧୦ ଲିଟର ମହୁଲି ମଦ ଓ ୭୦୦ କେ,ଜି. ମହୁଲ ପୋଚ, ଉମା ପାତ୍ର(୫୬)ଠାରୁ ୮ ଲିଟର ମହୁଲି ମଦ,କମଳା କିସାନ(୩୫) ପାଖରୁ ୨୫ ଲିଟର ମହୁଲି ମଦ ସହ ୩୮୦ କେ.ଜି. ମହୁଲ ପୋଚ ଓ ଦେବଗଡ଼ ପୌରପରିଷଦ ଅନ୍ତର୍ଗତ ପୁରୁଣାଗଡ଼ ହେମନ୍ତ ରଞ୍ଜିତଙ୍କ ଝିଅ ମାମି ରଞ୍ଜିତଠାରୁ ୭ ଲିଟର ମହୁଲି ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ଜିଲାପାଳଙ୍କ ନିର୍ଦ୍ଦେଶରେ ଦେବଗଡ଼ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଏକଙ୍କ ନିର୍ଦ୍ଦେଶରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ ଓ ରାଧାକାନ୍ତ ଭୋଇ ନେତ୍ୟତ୍ୱରେ ସଦଳବଳେ ଚଢ଼ାଉ କରାଯାଇ ବେଆଇନ ଭାବରେ ବିକ୍ରୀ କରୁଥିବା ରନ୍ଧା ମହୁଲି ମଦ ୬୦ ଲିଟର ଓ ମହୁଲ ପୋଚ ୧୮୮୦ କେ,ଜି, ଜବତ କରାଯାଇଥିଲା । ଉକ୍ତ ଚଢ଼ଉ ବେଳେ ବାରକୋଟ ଅବକାରୀ ଉପ-ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ସାହୁ, ଦେବଗଡ଼ ଅବକାରୀ ସହ ଉପ-ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ,ଦିଲିପ କୁମାର ଶତପଥି,ଅବକାରୀ କନେଷ୍ଟବଲ ବାଦଲ କୁମାର ବ୍ରହ୍ମା,ଅଶ୍ୱିନୀ କୁମାର ଦାଶ,ଅଶାକ ମୁାର ନାୟକ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 2 =