କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୦ମୃତ

0 681

ଆନନ୍ଦ: ଗୁଜରାଟର ଆନନ୍ଦ ସ୍ଥିତ ତାରାପୁର ରାଜପଥରେ ଗୋଟିଏ ଟ୍ରକ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ସମସ୍ତ ୧୦ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସୂଚନା ଅନୁସାରେ, ପରିବାରର ସଦସ୍ୟମାନେ ଗୋଟିଏ କାର୍‌ ଯୋଗେ ସୁରତରୁ ଭାବାନଗର ଯାଉଥିଲେ । ତେବେ ଇନ୍ଦ୍ରଜ ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଟ୍ରକ୍‌ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସଂପୂର୍ଣ୍ଣ ଚୂରମାର ହୋଇଥିଲା । କାରର ଅଧା ଭାଗ ଟ୍ରକ୍‌ ଭିତରେ ପଶିଯାଇଥିଲା । ସେହିପରି ଘଟଣା ସ୍ଥଳରେ ସମସ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

hiranchal ad1
Leave A Reply

Your email address will not be published.

1 × 3 =