ବନପାଳଙ୍କ ପରଲୋକ

0 593

ଫୁଲବାଣୀ,୧/୬ – ଟିକାବାଲି ଥାନା ଅନ୍ତର୍ଗତ ତେନ୍ତୁଳିଗଡ଼ ଗ୍ରାମର ବନପାଳ ରଙ୍କନିଧି ନାୟକ(୪୬)ଙ୍କ ଗତକାଲି ଅପରାହ୍ନରେ ବ୍ରେନ ଫାଇଲେରିୟାରେ ମୃତ୍ୟୁ ଘଟିଛି। ସେ ଫିରିଙ୍ଗଆ(T) ରେଞ୍ଜର ନୂଆପଦର ସେକ୍ସନରେ ବନପାଳ ରୂପେ କାର୍ଯ୍ୟ କରୁଥିଲେ।ଗତବର୍ଷ ବନରଖି ବନପାଳ ପ୍ରମୋସନ ପାଇ ସ୍ଥାନୀୟ ଜି. ଉଦୟଗିରି ବନପାଳ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇଥିଲେ। ହେଲେ ଗତ କିଛିଦିନ ହେବ ଅସୁସ୍ଥ ଥିଲେ । ଶରୀର ଅଧିକ ଅସୁସ୍ଥ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ତାଙ୍କର ଅକ୍ସିଜେନ ଲେବଲ ୪୫% ଥିଲା ଗତକାଲି ସକାଳେ ୩୯%କୁ ଖସି ଆସିଥିଲା । ଯାହାଫଳରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ରେଫର କରିଥିଲେ। ଅଧା ବାଟରେ ସେ କେରେଡି ଠାରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ଭଦ୍ର,ପରୋପକାରୀ,ମେଳାପୀ, ମିଷ୍ଟଭାଷୀ ,ସଚ୍ଚୋଟ ଵ୍ୟକ୍ତି ଥିଲେ ।ତାଙ୍କ ନିଜ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ କରାଯାଇଥିଲା । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ବନବିଭାଗରେ ଶୋକର ଛାୟା ଖେଳିଯାଇଛି।

hiranchal ad1
Leave A Reply

Your email address will not be published.

3 × one =