କାଠ ପଟା ଚୋରାଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଦୁଇଜଣ ଗିରଫ

0 253


ବାଲିଗୁଡ଼ା,୨୭/୩- କାଠ ପଟା ଚୋରାଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳର ପୂଜା ଘାଟି ନିକଟରେ ଚଢ଼ାଉ କରିଛି ବନବିଭାଗ l ଗୁଛୁକା ଗାଁ ରୁ ତୁମୁଡିବନ୍ଧ ଅଞ୍ଚଳକୁ କାଠ ପଟା ଚୋରା ଚାଲାଣ ବେଳେ ପିକ୍ଅପ୍ ଭ୍ୟାନ୍ ସମେତ 80 ଖଣ୍ଡ ପିଆଶାଳ ପଟା ଜବତ ହୋଇଛି l ଘଟଣାରେ ଡ୍ରାଇଭର ସମେତ ଦୁଇଜଣଙ୍କୁ ଗିରଫ କରିଛି ବେଲଘର ବନ ବିଭାଗ l ଗିରଫ ଦୁଇ ଜଣ ତୁମୁଡିବନ୍ଧ ଅଞ୍ଚଳର ରେମୋ ନାୟକ ଓ ଉଗ୍ରେସନ ନାୟକ l ଜବତ କାଠର ଆନୁମାନିକ ମୂଲ୍ୟ ପାଖାପାଖି ୧ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୁଚନା ମିଳିଛି । ଘଟଣା ପ୍ରକାରେ ବେଲଘର ଅଞ୍ଚଳରୁ କାଠ ଚୋରାଚାଲାଣ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରେଞ୍ଜର ବିଦ୍ୟାଧର ଯାନୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଗୁଛୁକା ଗାଁ ରୁ ତୁମୁଡିବନ୍ଧ କାଠ ପଟା ଚୋରା ଚାଲାଣ ବେଳେ ଚଢ଼ାଉ କରିଛି ବନବିଭାଗ । ଏନେଇ ବେଲଘର ବନବିଭାଗ ଏକ ମାମଲା ରୁଜ୍ଜୁ କରିବା ସହ ପଟା ବୋଝେଇ ଗାଡି ଜବତ କରିବାସହ ଡ୍ରାଇଭର ଓ ହେଲପରକୁ ଗିରଫ କରିଛି l ଏହି ପଟା ଚୋରାଚାଲାଣରେ କିଛି ବଡ ବଡ଼ିଆ ଲୋକଙ୍କ ସଂପୃକ୍ତି ଥିବା ନେଇ ବନ ବିଭାଗ ସନ୍ଦେହ କରୁଛି l
ବିଭାଗ ପକ୍ଷରୁ ଅଧିକ ତଦନ୍ତ କରlଯାଉଥିବା କହିଛନ୍ତି ରେଞ୍ଜର ଯାନୀ ।

hiranchal ad1
Leave A Reply

Your email address will not be published.

11 + 19 =