ଦୁର୍ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁତର

0 1,666

hiring

ବୌଦ୍ଧ – ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ବାରିଙ୍ଗ ନିକଟରେ ଟ୍ରକ୍ ଓ କାର୍ ମଧ୍ୟରେ ମୁହଁlମୁହିଁ ଧକ୍କା ହେବାରୁ କାରରେ ବସିଥିବା ବଲାଙ୍ଗୀର ଜିଲ୍ଲା କଣ୍ଟାବlଞ୍ଜିର ସହକାରୀ ନିର୍ବାହୀ ଯନ୍ତ୍ରୀ ନରସିଂହ ସ୍ୱାଇଁ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସ୍ୱାଇଁ ଗୋଟିଏ କାର୍ ଯୋଗେ ଭୁବନେଶ୍ବରରୁ ନିଜ କାର୍ଯ୍ୟସ୍ଥଳ କଣ୍ଟାବାଞ୍ଜିକୁ ଆସୁଥିବା ବେଳେ ଦିନ ପ୍ରାୟ 12 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବୌଦ୍ଧ ଜିଲ୍ଲା ବାରିଙ୍ଗ ନିକଟରେ ତାଙ୍କ କାର୍ ସହିତ ସାମ୍ନା ପଟୁ ଆସୁଥିବା ଗୋଟିଏ ଟ୍ରକ୍ ର ମୁହଁlମୁହିଁ ଧକ୍କା ହୋଇଥିଲା | ଫଳରେ ଶ୍ରୀ ସ୍ୱାଇଁ ଗୁରୁତର ଭାବେ ଆହତ ହୋଇଥିଲେ l ଆମ୍ବୁଲାନସ୍ ଯୋଗେ ତାଙ୍କୁ ଉଦ୍ଧାର କରି ଆଡେନିଗଡ ପି.ଏଚ.ସି. କୁ ନିଆଯାଇ ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା | ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ନିଆଯାଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

20 − eighteen =