ମୋଟରସାଇକେଲ ସହ ଗଞ୍ଜେଇ ଜବତ, ଦୁଇଜଣ ଚାଲାଣକାରୀ ଗିରଫ

0 409

ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ ପକ୍ଷରୁ ଚଢ଼ାଉ । ୮କେଜି ୨୦୦ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍ । ଚୋରାଚାଲାଣ ରେ ବ୍ୟବହୃତ ଗୋଟିଏ ହରନେଟ୍ ମୋଟରସାଇକେଲ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଚାଳିଶି ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ଗିରଫ ଚୋରା ଚାଲାଣକାରୀ ଦୁଇଜଣ ବାଲିଗୁଡ଼ା ଥାନା ନୂଆସାହିର ପ୍ରଭାତ କୁମାର ଗୌଡ଼ ଓ ଅନ୍ୟ ଜଣକ ବଜାର ସାହିର ଦେବାଶିଷ ପାଢ଼ୀ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ୍ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ମୋଟରସାଇକେଲ ଦୃତ ଗତିରେ ଯାଉଥିବା ଦେଖି ପୋଲିସ୍ ମୋଟରସାଇକେଲକୁ ପିଛା କରିଥିଲା ଏବଂ କ.ନୂଆଗାଁ ନିକଟରୁ ଯୁବକଙ୍କୁ କାବୁ କରିଥିଲା । ଯାଞ୍ଚ କରିବାପରେ ସେମାନଙ୍କ ନିକଟରୁ ଆଠ କେଜି ଦୁଇଶହ ଗ୍ରାମ୍ ଗଗଞ୍ଜେଇ ଜବତ କରିଛି ପୋଲିସ୍ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀନିବାସ ସାମଲ ।

hiranchal ad1
Leave A Reply

Your email address will not be published.

eight − seven =