କ୍ୟାବିନେଟ ମିଟିଂରେ ସାମିଲ ହୋଇଥିଲେ ଶାହ, ମନ୍ତ୍ରୀଙ୍କୁ ନିଜ କରୋନା ଟେଷ୍ଟ କରାଇବାକୁ ନିବେଦନ କଲେ

0 54

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏ ସଂପର୍କରେ ରବିବାର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଡକ୍ଟରଙ୍କ ଉପଦେଶ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରଥମ ସଦସ୍ୟ ଭାବେ ଶାହ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଶାହଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଏବେ ଚିନ୍ତାରେ ଅଛନ୍ତି । କାରଣ ଗତ କ୍ୟାବିନେଟ ବୈଠକରେ ଶାହ ସାମିଲ ହୋଇଥିଲେ । କିନ୍ତୁ ଏହି ବୈଠକରେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ଥିଲା । ବୈଠକ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଅନୁଷ୍ଠିତ ହୋଇଥିଲା ଓ ନୂଆ ଶିକ୍ଷାନୀତିକୁ ମଞ୍ଜୁରି ଦିଆଯାଇଥିଲା । ଅମିତ ଶାହଙ୍କ ସହ ସଂପର୍କରେ କେଉଁମାନେ ସବୁ ଆସିଥିଲେ ତାଙ୍କର ଟ୍ରେସିଙ୍ଗ୍ କରାଯିବ, କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ ଯେ, କ୍ୟାବିନେଟ ବୈଠକରେ ସାମିଲ ହୋଇଥିବା ସମସ୍ତ ମନ୍ତ୍ରୀଙ୍କ କରୋନା ଟେଷ୍ଟ ହେବ କି ନାହିଁ । ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ପଶ୍ଚିମବଙ୍ଗର ଭାଜପା ସାଂସଦ ସୁପ୍ରିୟୋ ନୂଆଦିଲ୍ଲୀରେ ଶାହଙ୍କ ସଂପର୍କରେ ଆସିଥିଲେ । ସୁପ୍ରିୟୋ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ଶାହଙ୍କ ସହ ମିଶିଥିଲି ଓ ଡକ୍ଟର ମୋତେ ପରିବାର ସଦସ୍ୟଙ୍କଠାରୁ ଅଲଗା ରହିବାକୁ ଉପଦେଶ ଦେଇଥିଲେ । ମୁଁ ଆଗାମୀ କିଛି ଦିନ ଭିତରେ କରୋନା ଟେଷ୍ଟ କରିବି । ଅମିତ ଶାହ ରବିବାର ଦିନ ଆଇସିସିଆର୍‌ ୱେବିନାର ମଧ୍ୟ ସାମିଲ ହୋଇଥିଲେ । ଯାହାର ଆୟୋଜନ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ୧୦୦ତମ ପୂଣ୍ୟତିଥି ପାଇଁ ଆୟୋଜନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶାହ ନିଜର ସହଯୋଗୀମାନଙ୍କୁ ହୋମ କ୍ୱାରେଣ୍ଟାଇନ ରହିବା ସହ କରୋନା ଟେଷ୍ଟ କରିବାକୁ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =