ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଜରୁରୀକାଳିନ ବୈଠକ

0 337

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ଏକ ଜରୁରୀ କାଳୀନ ବୈଠକ ଖପ୍ରାଖୋଲ ବ୍ଳକ କୁସୁମ କାନୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି କରୁଣାକର ବୁଡେକଙ୍କ ଆବାହାକତ୍ବରେ ସଂଘର ଜରୁରୀକାଳୀନ ଅନୁଷ୍ଠିତ ବୈଠକରେ ସଂଘର ସଂପାଦକ ବିମଳ କୁମାର ବାଗ ସଂଘ ଆଗାମୀ ଦିନର କାର୍ଯ୍ୟପନ୍ଥା ସହ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମୟର ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଭୁବନେଶ୍ୱର ସ୍ଥିତ ଡେଲଟା ଛକ ଠାରେ ହୋଇଥିବା ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରାଯାଇଥିଲା । ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରାଯାଇଥିଲା । ସାମ୍ବାଦିକଙ୍କ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ସଂଘ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରିଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ସଂଘର ଉପସଭାପତି ଗୋରେଖନାଥ ବରିହା, ସମ୍ପାଦକ ବିମଳ କୁମାର ବାଗ, କୋଷାଧ୍ୟକ୍ଷ ଘନ ଭୋଇ, ଉପଦେଷ୍ଟା ଜଗଦୀଶ ଭୋଇ, ପ୍ରତ୍ୟୂଷ ରଞ୍ଜନ ଖମାରୀ, ଚନ୍ଦ୍ରଶେଖରବରିହା, ଲାବଣ୍ୟ ପୁରୋହିତ, ଲଲିତ ମଲିକ, ଦୂର୍ଯ୍ୟୋଧନ ବର୍ଗେ, ପାଣ୍ଡବ ବରିହା, ଶେଷ ଦେବ ସିଂ ନାଏକ, ଗୋୖରୀଶଙ୍କର ବରିହା, ସୁଦାମ ବୁଡେକ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସଭାପତି କରୁଣାକର ବୁଡେକ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରତ୍ୟୁଷ ରଞ୍ଜନ ଖମାରୀ ପରିଚାଳନା କରିଥିଲେ । ସଂଘ ସମ୍ପାଦକ ବିମଳ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =