ଗଞ୍ଜେଇ ଚୋରାଚାଲାଣ ବେଳେ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ

0 69

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ମହାରାଷ୍ଟ୍ରର ଭୋପାଲ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାତୃଗାଁ ଛକ ନିକଟରେ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ୨୨ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ମୋଟର ସାଇକେଲ ଜବତ କରିବା ସହ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ତୁମୁଡ଼ିବନ୍ଧ ପୋଲିସ୍ । ଗିରଫ ବ୍ୟକ୍ତି ଜଣକ ଭୋପାଲ ଅଶୋକ ଗାର୍ଡେନ୍ ଥାନା ଅଞ୍ଚଳର MD ସଲମାନ୍ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ସୂଚନାପ୍ରକାରେ କନ୍ଧମାଳ ଜିଲ୍ଲାରେ ରାଜ୍ୟ ତଥା ରାଜ୍ୟ ବାହାରର ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଯୋରଦାର୍ ପ୍ରୟାସ ମଧ୍ୟ ଜାରି ରହିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ।

hiranchal ad1
Leave A Reply

Your email address will not be published.

nine − six =